କଏଦୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ବୃଦ୍ଧି | News Room Odisha

କଏଦୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ବୃଦ୍ଧି

ଭୁବନେଶ୍ବର – ଜେଲରେ ଭଲ ମାନର ଖାଦ୍ୟ ଖାଇବେ କଏଦୀ । ଦୈନିକ ଖାଦ୍ୟ ଖର୍ଚ୍ଚ ୬୪ ରୁ ୮୦ ଟଙ୍କା ବୃଦ୍ଧି ହୋଇଛି । ପୂର୍ବା ଅପେକ୍ଷା ଆହୁରି ଭଲ ମାନର ଖାଦ୍ୟ ମିଳିବ ଜେଲରେ । ଦୈନିକ ଜଣେ କଏଦୀ ୮୦ ଟଙ୍କାର ଖର୍ଚ୍ଚରେ ଦିନ ସାରା ଖାଦ୍ୟ ଖାଇବେ । ଯାହାକି ୨ ହଜାର ୮୧୬ କିଲୋ କ୍ୟାଲୋରିର ବୋଲି ଜେଲ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ଏଥି ସହ ଜେଲରେ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର‌ପାଇ ନିରାମୟ ଯୋଜନାରେ ସାମିଲ କରାଯାଇଛି ଜେଲ ବିଭାଗକୁ । ଫଳରେ ଏଣିକି ମାଗଣା ଔଷଧ ମିଳିବ ନିରାମୟ ଯୋଜନାରେ ।