୨୦୨୫ ସୁଦ୍ଧା ସରିବ ଖୋର୍ଦ୍ଧା - ବଲାଙ୍ଗୀର ରେଳ ଲାଇନ କାମ | News Room Odisha

୨୦୨୫ ସୁଦ୍ଧା ସରିବ ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ କାମ

ଭୁବନେଶ୍ୱର – ୨୦୨୫ ମସିହା ସୁଦ୍ଧା ସରିବ ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ କାମ। ବର୍ତ୍ତମାନ ସୁଦ୍ଧା ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି। ଖୋର୍ଦ୍ଧା ପଟୁ ୭୭କିଲୋମିଟର ଓ ବଲାଙ୍ଗୀର ପଟୁ ୧୪ କିଲୋମିଟର ରେଳ ଲାଇନ କାମ ଶେଷ ହୋଇଛି। ପରିବେଶ କ୍ଲିଅରାନ୍ସ ନେଇ କିଛି ସମସ୍ୟା ରହିଛି ବୋଲି ପରିବହନ ବିଭାଗର ଅତିରିକ୍ତ ସଚିବ ଏସ .କେ ମିଶ୍ର କହିଛନ୍ତି । ଏହାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି ।