ଅତି ଜରୁରୀ ବୁଷ୍ଟର ଡୋଜ : ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ | News Room Odisha

ଅତି ଜରୁରୀ ବୁଷ୍ଟର ଡୋଜ : ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର – ବୁଷ୍ଟର ଡୋଜ ନେବା ପାଇଁ ଅପିଲ କରିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ବୁଷ୍ଟର ଡୋଜ ପ୍ରତି ଲୋକଙ୍କର ଆଗ୍ରହ କମୁଛି । ସଂକ୍ରମଣ କମିଥିବାରୁ ଲୋକ କୋହଳ ଦେଉଛନ୍ତି।ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଟିକା ନେବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭% ଲୋକ ବୁଷ୍ଟର ଡୋଜ ନେଇଛନ୍ତି । ବୁଷ୍ଟର ଡୋଜର ନେବା ଜରୁରୀ ବୋଲି କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ।