ଆଇଆଇଟି ମାଡ୍ରାସରେ କରୋନା ଆତଙ୍କ, ୧୨ ପଜିଟିଭ୍ | News Room Odisha

ଆଇଆଇଟି ମାଡ୍ରାସରେ କରୋନା ଆତଙ୍କ, ୧୨ ପଜିଟିଭ୍

ଚେନ୍ନାଇ: ଆଇଆଇଟି ମାଡ୍ରାସରେ ୧୨ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି। ତାମିଲନାଡୁରେ ମଧ୍ୟ ବୁଧବାର କରୋନାର ୩୧ ଟି ନୂଆ ମାମଲା ରିପୋର୍ଟ ହୋଇଛି । ମାସ୍କ ପିନ୍ଧିବା ଏବଂ କରୋନା ଭାଇରସ ପ୍ରୋଟୋକଲକୁ ଗମ୍ଭୀରତାର ସହ ପାଳନ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଲୋକଙ୍କୁ ଅପିଲ କରିଛନ୍ତି। ଗତ କିଛି ଦିନ ହେବ ଦିଲ୍ଲୀ, କେରଳ, ହରିୟାଣା, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ କରୋନା ମାମଲା ସଂଖ୍ୟା ବୃଦ୍ଧି ପାଇଛି।