ଶିମିଳିପାଳ ଅଭୟାରଣ୍ୟରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଗୁରୁତର | News Room Odisha

ଶିମିଳିପାଳ ଅଭୟାରଣ୍ୟରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଗୁରୁତର

ଉଦଳା- ଶିମିଳିପାଳ ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହୋଇଛନ୍ତି । ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି । ସେ ଦୀର୍ଘ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜଙ୍ଗଲରେ ପଡ଼ି ରହିଥିଲେ । ଆଜି ସକାଳୁ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ଶିମିଳିପାଳ ଭିତରକୁ ପାଟ୍ରୋଲିଂ ପାଇଁ ଯାଇଥିଲେ ୬ ବନ କର୍ମଚାରୀ। ସେମାନଙ୍କ ମଧ୍ୟରେ ବନ କର୍ମଚାରୀ ସୁନାରାମ ସିଂ ମଧ୍ୟ ଥିଲେ। ଏହି ବନ କର୍ମଚାରୀ ଡୁକୁରା ରେଞ୍ଜ ଭଞ୍ଜବସା ଅଂଚଳରେ ପାଟ୍ରୋଲିଂ କରୁଥିବା ବେଳେ ୫ରୁ ଅଧିକ ଶିକାରୀ ସେମାନଙ୍କ ହାବୁଡ଼ରେ ପଡ଼ିଥିଲେ। ବନ କର୍ମଚାରୀଙ୍କ କବଳରୁ ଖସିବାକୁ ଶିକାରୀମାନେ ଦେଶୀ ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ।

ଏହି ଗୁଳିକାଣ୍ଡ ବେଳେ ସୁନାରାମଙ୍କ ଦୁଇ ଜଙ୍ଘରେ ୩ ରୁ ଅଧିକ ଗୁଳି ବାଜିଥିଲା।