ମେ ବଦଳରେ ଜୁନ ମାସରେ ଖରାଛୁଟି ପ୍ରସଙ୍ଗରେ ଏମିତି କହିଲେ ବିଭାଗୀୟ ମନ୍ତ୍ରୀ | News Room Odisha

ମେ ବଦଳରେ ଜୁନ ମାସରେ ଖରାଛୁଟି ପ୍ରସଙ୍ଗରେ ଏମିତି କହିଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର – ମେ ବଦଳରେ ଜୁନ ମାସରେ ଖରା ଛୁଟିକୁ ନେଇ ଅନେକ ଅଭିଯୋଗ ଆସିଲାଣି। ପରିସ୍ଥିତି ଯଦି ସେମିତି ଆସେ ତାହାଲେ ବିଭାଗ ସେନେଇ ବିଚାର କରିବ। କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ବର୍ତ୍ତମାନ କରୋନା ପ୍ରଭାବ ସେଭଳି ନାହିଁ। ସ୍ଵାସ୍ଥ୍ୟ ବିଭାଗ ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି ବୋଲି ମଧ୍ୟ ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ଏ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପୁସ୍ତିକା। ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ। ମେ ରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ। ଗତ ଦୁଇବର୍ଷର ପାଠପଢା କ୍ଷତି ଭରଣା କରିବା ହେଉଛି ଏହାର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।