ରତ୍ନପଥର ଖୋଳୁଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ୨ ମୃତ | News Room Odisha

ରତ୍ନପଥର ଖୋଳୁଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ୨ ମୃତ

ବଲାଙ୍ଗିର – ଟିଟିଲାଗଡ଼ ଗୁଲମୀ ଗାଁ ନିକଟରେ ରତ୍ନପଥର ଖଣି ଖୋଳୁଥିବା ବେଳେ ଶ୍ବାସ ରୁଦ୍ଧ ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ଜଇତାରା ନୂଆପଡ଼ାର ଉଜ୍ଜଳ ଭୋଇ ଏବଂ ଦଶରଥ ଭୋଇ । ୫୦ ଫୁଟ୍‌ ତଳେ ଗାତ ଖୋଲୁଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।