ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିରରୁ ଚୋରି | News Room Odisha

ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିରରୁ ଚୋରି

ବଲାଙ୍ଗୀର: ସିନ୍ଧକେଲା ଥାନା ପ୍ରସିଦ୍ଧ ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋର ମାନେ ସୋମେଶ୍ୱର ମନ୍ଦିରର ମୁଖ୍ୟ ଗେଟର ତାଲା ଭାଙ୍ଗି ଭିତରକୁ ପଶିଥିବା ବେଳେ ମନ୍ଦିର ଭିତରକୁ ଥିବା ହୁଣ୍ଡି ର ତାଲା ମଧ୍ୟ ଭାଙ୍ଗି ଟଙ୍କା ନେଇଯାଇଛନ୍ତି । ମନ୍ଦିରରେ ଲାଗିଥିବା ସିସିଟିଭିର ହାର୍ଡଡିକ୍ସ ମଧ୍ୟ ନେଇଯାଇଥିବା ଦେଖାଯାଇଛି ।

ମନ୍ଦିର ପୂଜକ ସୋମେଶ୍ୱର ମନ୍ଦିର ଗେଟ ର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିବା ବେଳେ ମନ୍ଦିର କମିଟି ଏବଂ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି ।

ରାଣୀପୁର ଝରିଆଲର କେନ୍ଦ୍ର ଆରକୋଲୋଜି ବିଭାଗ ରକ୍ଷଣା ବେକ୍ଷଣା ଦାୟିତ୍ୱ ନେଇଥିବା ବେଳେ ୪ ସୁରକ୍ଷା କର୍ମୀ ନିୟୋଜିତ କରିଛି ।

କିନ୍ତୁ ସୁରକ୍ଷା କର୍ମୀ ମାନେ ସବୁ ସମୟରେ ଅନୁପସ୍ଥିତ ଥିବା ଯୋଗୁ ପ୍ରାୟ ସମୟରେ କିଛି ନା କିଛି ଅଘଟଣ ଘଟୁଛି । କେତେବେଳେ ମନ୍ଦିର ମୂର୍ତ୍ତି ଭାଙ୍ଗି

ଦେଉଛନ୍ତି ତ ଦୁର୍ବୃତ୍ତ କେତେ ବେଳେ ଦାନବାକ୍ସ ଭାଙ୍ଗି ଆରାମରେ ଟଙ୍କା ଚୋରି କରି ଫେରାର ହୋଇଯାଉଛନ୍ତି ।