ବରଗଡ଼-ହଲଦୀପାଲି ଛକରେ ସଡକ ଦୁର୍ଘଟଣା, ଜଣେ ମୃତ | News Room Odisha

ବରଗଡ଼-ହଲଦୀପାଲି ଛକରେ ସଡକ ଦୁର୍ଘଟଣା, ଜଣେ ମୃତ

ବରଗଡ଼ : ବରଗଡ଼ ହଲଦୀପାଲି ଛକରେ ଆଜି ଭୋର ୪.୩୦ସମୟରେ ଏକ କାର ଓ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତାଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବିଭାଗୀୟ ଡାକ୍ତର ତାଙ୍କୁ ଭୀମସାର ବୁର୍ଲାକୁ ସ୍ଥାନାନ୍ତର କରିଥିଲେ । ତେବେ ମୃତ ବ୍ୟକ୍ତି ଜଣକ ହେଲେ ବରଗଡ଼ ୱାର୍ଡ ନମ୍ବର ୧୩ ର ଭକ୍ତ ଗୁର୍ଲ୍ଲା (୨୮) ଆହତ ବ୍ୟକ୍ତି ମାନେ ହେଲେ ବରଗଡ଼ ୱାର୍ଡ ନମ୍ବର ୮ ର ଲଳିତ ସୁନା(୧୮) , ୱାର୍ଡ ନମ୍ବର ୭ ର ନୀତିନି ଦାସ(୩୧) ଓ ଶୁଭମ ସାହୁ(୨୫) ତାଙ୍କ ମଧ୍ୟରୁ ନିତିନ ଓ ସୁଭମଙ୍କୁ ଭୀମସାର ବୁର୍ଲାକୁ ରେଫର କରାଯାଇଥିବା ବେଳେ ଲଳିତ ସୁନା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।