ବସରେ ନିଆଁ ଲଗାଇଦେଲେ ନକ୍ସଲ | News Room Odisha

ବସରେ ନିଆଁ ଲଗାଇଦେଲେ ନକ୍ସଲ

ମାଲକାନଗିରି – ରାତି ଅଧରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲଗାଇଛନ୍ତି ଶତାଧିକ ନକ୍ସଲ । ବସ୍‌ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ଏହି ଘଟଣା ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି।

କୁଟୁରଠାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇ ପୋଷ୍ଟର, ବ୍ୟାନର ଲଗାଇ ଗାଡ଼ି ଚଳାଚଳ କରିବାକୁ ବାରଣ କରାଯାଇଥିଲା। ମାତ୍ର ଏକ ବସ୍‌ ଗତ ରାତିରେ ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ମାଲକାନଗିରିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। କୁଟୁରଠାରେ ଶତାଧିକ ନକ୍ସଲ ରାସ୍ତା ଉପରକୁ ଆସି ଗାଡ଼ିଟିକୁ ଅଟକାଇଥିଲେ। ଡ୍ରାଇଭର, ହେଲପରଙ୍କୁ ଧମକଚମକ ଦେଇ ଯାତ୍ରୀମାନଙ୍କୁ ବାହାରି ଯିବାକୁ କହିଥିଲେ। ପରେ ଗାଡ଼ିରେ ନିଅାଁ ଲଗାଇ ଦେଇଥିଲେ ।ଏହାପରେ ନକ୍ସଲମାନେ ଗାଡ଼ିର ଡିଜେଲ ଟାଙ୍କର ଖୋଲି ନିଆଁ ଲଗାଇ ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।