କରୋନା ଅପଡେଟ୍: ଦେଶରେ ୨୫୪୧ ନୂଆ ମାମଲା, ୩୦ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୨୫୪୧ ନୂଆ ମାମଲା, ୩୦ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମାମଲାରେ ୨ ପ୍ରତିଶତ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୧ ଟି ନୂଆ ମାମଲା ରୁଜୁ ହୋଇଛି। ଏହି ସମୟ ମଧ୍ୟରେ ଏହି ରୋଗରେ ଆଉ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ସମଗ୍ର ଭାରତରେ କରୋନା କାରଣରୁ ଏଯାବତ୍ ମୋଟ ୫୨୨,୨୨୩ ଜଣ ପ୍ରାଣ ହରାଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬,୫୨୨ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧,୮୬୨ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବଂ ଏପର୍ଯ୍ୟନ୍ତ ଦେଶର ମୋଟ ୪୨,୫୨୧,୩୪୧ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୩,୬୪,୨୧୦ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୧,୮୭,୭୧,୯୫,୭୮୧ ଲୋକଙ୍କୁ କରୋନା ଟିକା ଦିଆଯାଇଛି।