ବିଶ୍ବ ମ୍ୟାଲେରିଆ ଦିବସ ଅବସରରେ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସଚେତନତା ରାଲି | News Room Odisha

ବିଶ୍ବ ମ୍ୟାଲେରିଆ ଦିବସ ଅବସରରେ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସଚେତନତା ରାଲି

ସମ୍ବଲପୁର : ସମ୍ବଲପୁର ମହାନଗର ଅନ୍ତର୍ଗତ ସିଂଦୂରପଙ୍କ ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଧନକଉଡା ତରଫରୁ ଏହି ଅବସରରେ ଏକ ସଚେତନତା ରାଲି ବାହାରିଥିଲା। ଏହି କାର୍ଯ୍ୟକ୍ରମ ରେ ସିଟି ପ୍ରୋଗ୍ରାମ ମ୍ୟାନେଜେର ଶ୍ରୀଯୁକ୍ତ ଗୁରୁଦତ୍ତ ପୁରୋହିତ ଯୋଗଦେଇ ମ୍ୟାଲେରିଆ ରୋଗ ର ଭୟାବହତା ଓ ନିରାକରଣ ଉପରେ ସଚେତନ କରାଇଥିଲେ l ଧନକଉଡା ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡାକ୍ତର ଦିଲୀପ କୁମାର ମୁଦୁଲି ଯୋଗଦାନ କରି ମ୍ୟାଲେରିଆ ମୁକ୍ତ ସିଂଦୂରପଙ୍କ ବସ୍ତି ଗଠନ କରିବାକୁ ଆହ୍ୱାନ ଦେଇଥିଲେ l ମଶାରୀ ବ୍ୟବହାର କରିବା , ଜର ହେଲେ ତୁରନ୍ତ ଆଶା ଦିଦି ପାଖରେ ରକ୍ତ ପରୀକ୍ଷା କରାଇବା ,ଔଷଧ ସେବନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରି ଥିଲେ l ଜନସାଧରଣ କୁ ସଚେତନ କରାଇବା ପାଇଁ ମହିଳା ଆରୋଗ୍ୟ ସମିତି ତରଫରୁ ଏକ ରାଲି ବାହାରି ହାତରେ ପ୍ଲା କାର୍ଡ ଧରି ସିଂଦୂରପଙ୍କ ବସ୍ତି ପରିକ୍ରମା କରିଥିଲେ ଓ ମଶାରୀ ବ୍ୟବହାର କରିବା ,ରକ୍ତ ପରୀକ୍ଷା କରିବା ,ବସ୍ତି ସଫା ସୁତାର ରଖିବା ଉପରେ ସ୍ଲୋଗାନ ଦେଇଥିଲେ l ରାତିରେ ଶୋଇବା ବେଳେ ମଶାରୀ କିପରି ବ୍ୟବହାର କରିବେ ତାହା ଡେମୋ ମାଧ୍ୟମରେ ଜନସାଧାରଣ କୁ ବୁଝାଯାଇଥିଲା l ଏହି କାଯ୍ୟକ୍ରମ କୁ ଦିଲୀପ କୁମାର ନନ୍ଦ ପରିଚାଳନା କରିଥିଲେ ଓ ଗୌରୀ ପଣ୍ଡା ,ଗୌରୀ ଶଙ୍କର ପାଣିଗ୍ରାହୀ, ସୁପ୍ରଭାତ ସାହୁ ,ପୂର୍ଣାବସି ସୋହେଲା, ସ୍ନେହଲତା ବିଶ୍ୱାଳ, ସବିତା ବାଗ, ସୁଜାତା ନାଥ, ସବିତା ଧର, ପ୍ରଭାସ ଚନ୍ଦ୍ର ପ୍ରଧାନ ,କୈଳାସିନୀ କୁମ୍ଭାର, ଗୀତା ସୁନା ,ବିସନୁ ପ୍ରିୟା ପାଣ୍ଡେ ,ମନୋରମା ଭୋଇ ପ୍ରଭୁତି ଉପସ୍ଥିତ ଥିଲେ l