ରାଜ୍ୟରେ ଆଜି ବଲାଙ୍ଗିର ଉତ୍ତପ୍ତ ସହର, ୨୭ ସହରର ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ | News Room Odisha

ରାଜ୍ୟରେ ଆଜି ବଲାଙ୍ଗିର ଉତ୍ତପ୍ତ ସହର, ୨୭ ସହରର ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ୨୭ ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରହିଛି । ୧୬ ସହରରେ ୪୨ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ।

୮ ସହରରେ ୪୩ ଡ଼ିଗ୍ରୀ ଉପରେ ରହିଛି ।
୪୪ ଡିଗ୍ରୀ ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ହୋଇଛି ।
ଟିଟିଲାଗଡରେ ୪୩.୮, ସୋନପୁରରେ ୪୩.୪, ଅନୁଗୁଳରେ ୪୩.୭,ତାଳଚେର ଓ ସମ୍ବଲପୁରରେ ୪୩, ବାରିପଦା ଓ ଝାରସୁଗୁଡା ୪୩.୨, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେନ୍ଦ୍ରାପଡ଼ାରେ ୪୨.୨, ବୌଦ୍ଧ ଓ ଢେଙ୍କାନାଳରେ ୪୨.୫ ଡିଗ୍ରୀ, କଟକରେ ୪୦.୨ ଓ ଭୁବନେଶ୍ବରର ତାପମାତ୍ରା ୪୦. ୮ ଡିଗ୍ରୀ ରହିଛି ।