କାଲିଠାରୁ ମେ' ୨ ଯାଏଁ କଲେଜ, ବିଶ୍ଵବିଦ୍ୟାଳୟରେ କ୍ଲାସରୁମ ପାଠପଢ଼ା ବନ୍ଦ | News Room Odisha

କାଲିଠାରୁ ମେ’ ୨ ଯାଏଁ କଲେଜ, ବିଶ୍ଵବିଦ୍ୟାଳୟରେ କ୍ଲାସରୁମ ପାଠପଢ଼ା ବନ୍ଦ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଆସନ୍ତାକାଲିଠାରୁ କଲେଜ ଯିବେ ନାହିଁ ଛାତ୍ରଛାତ୍ରୀ। କାଲିଠାରୁ ମେ’ ୨ ତାରିଖ ଯାଏ କଲେଜ ଓ ବିଶ୍ଵବିଦ୍ୟାଳୟରେ କ୍ଲାସରୁମ୍‌ ପାଠ ପଢ଼ାହେବ ନାହିଁ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି/ପିଜି କ୍ଲାସକୁ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଛି।