କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା | News Room Odisha

କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ୁଥିବା ବେଳେ ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲାଚନା କରି କୋଭିଡ ସ୍ଥିତିର ସମୀକ୍ଷା କରିବେ ।

ଏହା ସହ ସଂକ୍ରମଣ ରୋକିବାକୁ କ’ଣ କ’ଣ ପଦକ୍ଷେପ ନିଆଯାଉଛି, ସେ ବିଷୟରେ ମଧ୍ୟ ବୁଝିବେ ପ୍ରଧାନମନ୍ତ୍ରୀ । ଦେଶରେ ଏବେ ଧୀରେ ଧୀରେ ପୁଣି ସଂକ୍ରମଣ ବଢ଼ିବା ଦେଖାଗଲାଣି । ଦୈନିକ ସଂକ୍ରମଣ ପୁଣି ଥରେ ୨ ହଜାର ଟପିସାରିଛି । ବଢୁଥିବା ସଂକମଣକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟରେ ପୁଣି ପୁରୁଣା କଟକଣା ମଧ୍ୟ ଫେରିବାକୁ ଲାଗିଲାଣି । ଦିଲ୍ଲୀ, ପଂଜାବ ପରେ ଏବେ କର୍ଣ୍ଣାଟକ ସରକାର ମଧ୍ୟ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ।