ମିଶନ ଶକ୍ତି ଗ୍ରୁପ୍‌ ପରିଚାଳିତ କାଫେରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ | News Room Odisha

ମିଶନ ଶକ୍ତି ଗ୍ରୁପ୍‌ ପରିଚାଳିତ କାଫେରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁର, : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିକୁଡି ନିକଟ ମହାନଦୀ କୂଳରେ ଥିବା ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ । ଆଜି ଦିନ ଦ୍ବିପହରେ କାଫେ ହାଉସ ଭିତରେ ନିଆଁ ଲାଗି ହୁ ହୁ ହୋଇ ଜଳୁଥିବା ଦେଖାଯାଇଥିଲା । ନିଆଁ ଲାଗିବା କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁରେ କାଫେ ଭିତରେ ଥିବା ଜିନିଷ ଜଳିପୋଡି ନଷ୍ଟ ହୋଇଯାଇଛି । ତେବେ ଗାଁ ଲୋକ ଦମକଳ ବାହିନୀକୁ ଖବର ଦେଇଥିବା ବେଳେ କାଫେ ଭିତରେ ଥିବା ଜିନିଷ ବାହାରକୁ ବାହାର କରିବାରେ ଲାଗିଛନ୍ତି । ଏହି କେଫେଟି ଗତ ତିନି ମାସ ତଳେ ମିଶନ ଶକ୍ତି ଦ୍ବାରା ତିଆରି କରାଯାଇଥିବା ବେଳେ ଏହାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଥିଲେ । ମହିଳାମାନେ ଫାଷ୍ଟ ଫୁଡ ସହିତ କଫି, ଚା ତିଆରି କରି ଜନସାଧାରଣଙ୍କୁ ବିକ୍ରୀ କରୁଥିଲେ । ତେବେ ହଠାତ୍ ଏହି କାଫେରେ କିମିତି ନିଆଁ ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।