ନିଲମ୍ବିତ ଏଏସଆଇଙ୍କ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ଠାବ | News Room Odisha

ନିଲମ୍ବିତ ଏଏସଆଇଙ୍କ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ଠାବ

ଭୁବନେଶ୍ୱର – ନିଲମ୍ବିତ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ କରି ୧ କୋଟି ୧୧ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି । କୋରାପୁଟରେ ୪୧.୨୪ ଲକ୍ଷ ଟଙ୍କାର କୋଠା, ଏଲଆଇସି କଲୋନୀରେ ୩୩.୬୭ ଲକ୍ଷ ଟଙ୍କାର କୋଠା, ମନ୍ଥରାରେ ଦୁଇଟି ପ୍ଲଟ୍, ୨୩.୯୧ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ବ୍ୟାଙ୍କ ଜମା, ବୀମା ଠାବ କରିଛି ଭିଜିଲାନ୍ସ ଟିମ୍ । ଗତକାଲି ଖରାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।