ପୁଣି ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ | News Room Odisha

ପୁଣି ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ

ଭୁବନେଶ୍ୱର – ବିଜେବି କଲେଜ ପରେ ଭୁବନେଶ୍ବର ରାଜଧାନୀ କଲେଜରୁ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହୋଇଛନ୍ତି । ଆଉ ୬ଜଣ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହୋଇଛନ୍ତି । କଟକ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ବାରା ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହୋଇଛନ୍ତି ।

ନକଲି ଛାତ୍ର ଚିହ୍ନଟ ପରେ ଖଣ୍ଡଗିରି ଥାନାରେ ଲିଖିତ ଏତଲା ଦେଇଛନ୍ତି ରାଜଧାନୀ କଲେଜ ଅଧ୍ୟକ୍ଷ ।