ଆଇନ ଶୃଙ୍ଖଳା କ୍ଷେତ୍ରରେ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା | News Room Odisha

ଆଇନ ଶୃଙ୍ଖଳା କ୍ଷେତ୍ରରେ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା

ନୂଆଦିଲ୍ଲୀ – ଇଣ୍ଡିଆ ଟୁଡେ ଗ୍ରୁପର ଷ୍ଟେଟ ଅଫ ଦି ଷ୍ଟେଟ ଓଡ଼ିଶା କନକ୍ଲେଭରେ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ବିବେଚିତ ହୋଇଛି ଗଞ୍ଜାମ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୁରସ୍କାର ଗ୍ରହଣ କରି ଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ଗଞ୍ଜାମ ଏସପି ବ୍ରଜେଶ ରାୟ ବି ଜିଲ୍ଲାପାଳଙ୍କ ସହ ପୁରସ୍କାର ଗ୍ରହଣ କରିଛନ୍ତି ।