କରୋନା ଅପଡେଟ୍: ଦେଶରେ ୩,୬୮୮ ନୂଆ ମାମଲା, ୫୦ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୩,୬୮୮ ନୂଆ ମାମଲା, ୫୦ ମୃତ

ନୂଆଦିଲ୍ଲୀ:ଚତୁର୍ଥ ଲହର ବିପଦ ମଧ୍ୟରେ ଦେଶରେ କରୋନା ମାମଲା ଉପରମୁହାଁ ହୋଇଛି । ଲଗାତାର ତୃତୀୟ ଦିନ ଧରି ଦୈନିକ ମାମଲା ତିନି ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୮୮ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି, ଯାହା ଗତକାଲିଠାରୁ ଅଧିକ। ଏଥି ସହିତ ଏହି ମହାମାରୀ ଯୋଗୁଁ ଆଉ ୫୦ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲାକୁ ମିଶାଇ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୧୮ ହଜାର ୬୮୪ କୁ ବୃଦ୍ଧି ପାଇଛି ।

ଦେଶର ମୋଟ କରୋନା ମାମଲା ୪ କୋଟି ୩୦ ଲକ୍ଷ ୭୫ ହଜାର ୮୬୨ ରେ ପହଞ୍ଚିଛି। ଏହା ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୩ ହଜାର ୮୦୩ କୁ ବୃଦ୍ଧି ପାଇଛି । ୨୯ ଏପ୍ରିଲର କରୋନା ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ୧୬୦୭ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏଥି ସହିତ, ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ମାମଲା ସଂଖ୍ୟା ୫୬୦୯ କୁ ବୃଦ୍ଧି ପାଇଛି।