ବୋରୱେଲ୍ ଯୋଜନା ମାଧ୍ୟମରେ କୃଷକଙ୍କ ଆୟବୃଦ୍ଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବ | News Room Odisha

ବୋରୱେଲ୍ ଯୋଜନା ମାଧ୍ୟମରେ କୃଷକଙ୍କ ଆୟବୃଦ୍ଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବ

ଭୁବନେଶ୍ବର: କୃଷିକାର୍ଯ୍ୟରୁ ନିରନ୍ତର ଆୟବୃଦ୍ଧି ଦିଗରେ ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ ଭାବେ ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଗଭୀର ବୋରୱେଲ୍ କାର୍ଯ୍ୟକ୍ରମକୁ ଅଧିକ ସଘନ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଛନ୍ତି । ଓଡ଼ିଶା ଜଳ ସେଚନ ନିଗମ ଦ୍ବାରା ପରିଚାଳିତ ଏହି ଯୋଜନାର ସମୀକ୍ଷା କରି ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଜନା କାର୍ଯ୍ୟାନ୍ଵୟନ ସମ୍ବନ୍ଧିତ ଆର୍ଥିକ , ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

କ୍ଷେତ୍ରସ୍ତରରେ ଯୋଜନାର ଲୋକପ୍ରିୟତାକୁ ଅନୁଧ୍ୟାନ କରି ମହାପାତ୍ର କହିଥିଲେ ଯେ ଗଭୀର ବୋରୱେଲ୍ ଯୋଜନା ମାଧ୍ୟମରେ ଫସଲ ବିବିଧିକରଣ ଏବଂ ଅର୍ଥକରୀ ଫସଲ ଉତ୍ପାଦନକୁ ଅଧିକ ସହଜ ଓ ଫଳପ୍ରସୁ କରିହେବ । ଏହା ମଧ୍ୟ ବର୍ଷତମାମ ନିରନ୍ତର କୃଷି କାର୍ଯ୍ୟ ଏବଂ କୃଷକଙ୍କ ଆୟବୃଦ୍ଧିରେ ସହାୟକ ହେବ । ଆବଶ୍ୟକ ପରିମାଣରେ ଜଳସେଚନ ନଥିବା ସମସ୍ତ ବ୍ଲକ୍ରେ ଏହି ଯୋଜନାକୁ ସଘନ ମହାପାତ୍ର ନିର୍ଦ୍ଦେଶ ଭାବେ କାର୍ଯ୍ୟାନ୍ଵୟନ କରିବାକୁ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବୋରୱେଲର ଉତ୍ପାଦିତ ଜଳର ଗୁଣାତ୍ମକମାନ ପରୀକ୍ଷା ସହ ନିୟନ୍ତ୍ରିତ ଜଳସେଚନ ପଦ୍ଧତିରେ ଏହାର ସର୍ବାଧୂକ ଉପଯୋଗ କରିବାକୁ ମଧ୍ୟ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୋରୱେଲ୍ ହେଉଥିବା ଅଞ୍ଚଳମାନଙ୍କରେ କୃଷକମାନଙ୍କୁ ଫସଲ ବିବିଧକରଣ ବିଷୟରେ ତାଲିମ ଓ ବୈଷୟିକ ପରାମର୍ଶ ଦେବା ପାଇଁ ଅଧିକାରୀମାନଙ୍କୁ କହିଥିଲେ । ସ୍ଵାଭିମାନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା ( ଆଇ.ଟି.ଡି. ) ମାଧ୍ୟମରେ ଅଧିକ ଲୋକପ୍ରିୟ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଉଭୟ ଜଳ ସଂପଦ ଓ ଜନଜାତି ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗର୍ଗ ଜଣାଇଥିଲେ ଯେ ବୋରୱେଲ୍ ଯୋଜନାକୁ ଅଧିକ ଦରାନ୍ଵିତ ଏବଂ ସ୍ଵଚ୍ଛ କରିବା ନିମନ୍ତେ ଅନ୍ଲାଇନ୍ ଦରଖାସ୍ତ ଗ୍ରହଣ , ଏବଂ ଅନ୍ଲାଇନ୍ ମଞ୍ଜୁରୀ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ବୋରୱେଲ୍ ପିଛା ପ୍ରାୟ ୩.୮୮ ଲକ୍ଷ ଟଙ୍କା ବିନିଯୋଗ ହେଉଥିବା ବେଳେ ହିତାଧିକାରୀଙ୍କ ଅଂଶଧନକୁ ବହୁ ସିମୀତ ରଖାଯାଇଛି । ସାଧାରଣ ବର୍ଗର ହିତାଧୁକାରୀ ହଜାର ଏବଂ ଅନୁସୂଚୀତ ଜାତି ଓ ଜନଜାତି ବର୍ଗ ର ହିତାଧ୍ୟାକାରୀ ୧୦ ହଜାର ଟଙ୍କାର ଅଂଶଧନ ଦେଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷସୁଦ୍ଧା ପ୍ରାୟ ୯୭ ହଜାର ବୋରୱେଲ୍ କୁ କାର୍ଯ୍ୟକ୍ଷମ କରାଯାଇ ଚାଷୀମାନଙ୍କୁ ହସ୍ତାନ୍ତର କରାଯାଇଛି । ଗୋଟିଏ ବୋରୱେଲରୁ ଉତ୍ପାଦିତ ଜଳରେ ପ୍ରାୟ ୫ ହେକ୍ଟର ଜମିକୁ ବିଭିନ୍ନ ପ୍ରକାର ଚାଷ ନିମନ୍ତେ ପାଣି ଯୋଗାଯାଇ ପାରୁଛି ।

୨୦୨୫ – ୨୬ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ନୂଆ ବୋରୱେଲ୍ ଖନନ କରି ୫ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ବର୍ଷତମାମ ଜଳସେଚନ ଯୋଗାଇବା ନିମନ୍ତେ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଥିରେ ପ୍ରାୟ ୪୧୯୮.୧୬ କୋଟି ଟଙ୍କା ବିନିଯୋଗ ହେବ । ସ୍ଵାଭିମାନ ଅଞ୍ଚଳ ପାଇଁ ସ୍ଵତନ୍ତ୍ରଭାବେ ମଞ୍ଜୁର ହୋଇଥିବା ୪୧୯ ଟି ଗଭୀର ବୋରୱେଲ୍କୁ ଶିଘ୍ର କାର୍ଯ୍ୟାନ୍ଵୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହି ଅଞ୍ଚଳରେ ହିତାଧୀକାରୀ ଅଂଶଧନ ଆଇ.ଟି.ଡ଼ି.ଏ. ମାଧ୍ୟମରେ ପୈଠ କରାଯିବ । ୨ ରୁ ୩ ମାସ ମଧ୍ୟରେ ଏହି ସବୁ ବୋରୱେଲ୍ ର ଟେଣ୍ଡର ପ୍ରକ୍ରିୟା ଶେଷ କରି କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ନୟନ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳମାନଙ୍କରେ ସୌରଶକ୍ତି ମାଧ୍ୟମରେ ବୋରୱେଲ୍ ପମ୍ପ୍ ବସାଯିବ । ଏଥ୍ ପାଇଁ ପ୍ରତି ବୋରୱେଲ୍ ପିଛା ୩ , ୯୪ ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଥିଲେ । ପ୍ରତି ବର୍ଷ ୨୫୦୦ ଟି ହିସାବରେ ୨୦୨୫ – ୨୬ ଆର୍ଥିକ ବର୍ଷ ଶେଷସୁଦ୍ଧା ସମୁଦାୟ ୧୨ , ୫୦୦ ବୋରୱେଲ୍ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହି ପ୍ରକଳ୍ପରେ ପ୍ରାୟ ୪୯୨.୫୦ କୋଟି ଟଙ୍କା ବିନିଯୋଗ ହେବ ଏବଂ ଜଳକ୍ଳିଷ୍ଟ ଅଞ୍ଚଳରେ ପ୍ରାୟ ୬୨ , ୫୦୦ ହେକ୍ଟର ଜମି ଜଳସେଚିତ ହେବ ।

ଉନନୟନ କମିଶନର ପ୍ରଦୀପ କୁମାର ଜେନା , ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ , ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ , ଜଳ ସଂପଦ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଅର୍ଜନା ଫଟ୍ଟନାୟକ , ଉଠାଜନସେଚନ ନିଗମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବାଲେଶ୍ବରନାଥ ସାହୁ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜନାର୍ଦ୍ଦନ ମାଝୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।