ପେଟ୍ରୋଲ ଟ୍ୟାଙ୍କରରେ ଲାଗିଲା ନିଆଁ: ଆୟତ୍ତ କଲା ଅଗ୍ନିଶମ ବିଭାଗ | News Room Odisha

ପେଟ୍ରୋଲ ଟ୍ୟାଙ୍କରରେ ଲାଗିଲା ନିଆଁ: ଆୟତ୍ତ କଲା ଅଗ୍ନିଶମ ବିଭାଗ

ବଲାଙ୍ଗୀର: ବଲାଙ୍ଗୀର ସହର ସୁଦପଡା କଲ୍ୟାଣ ମଣ୍ଡପ ନିକଟରେ ଚଳନ୍ତା ପେଟ୍ରୋଲ ଟାଙ୍କରରେ ନିଆଁ ଲାଗି ଯାଇଥିଲା। ପାରାଦୀପରୁ ଭାରତ ପେଟ୍ରୋଲିୟମର ଏକ ପେଟ୍ରୋଲ ଟ୍ୟାଙ୍କ କେସିଙ୍ଗାକୁ ଆସୁଥିଲା । ହଠାତ ଏନ.ଏଚ ୫୭ ସୁଦପଡା କଲ୍ୟାଣ ମଣ୍ଡପ ଠାରେ ଚଳନ୍ତା ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ହଠାତ ଡ୍ରାଇଭର ଜଣକ ଡେଇଁପଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ। ଟ୍ୟାଙ୍କରରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।