ମୃତ୍ୟୁକୁ ନେଇ ଥିବା ରହସ୍ୟମୟ ସିଦ୍ଧନ୍ତ, ମୃତ୍ୟୁର ୨୪ ଘଣ୍ଟା ପରେ ଆତ୍ମା କାହିଁକି ଘରକୁ ଫେରିଥାଏ ? | News Room Odisha

ମୃତ୍ୟୁକୁ ନେଇ ଥିବା ରହସ୍ୟମୟ ସିଦ୍ଧନ୍ତ, ମୃତ୍ୟୁର ୨୪ ଘଣ୍ଟା ପରେ ଆତ୍ମା କାହିଁକି ଘରକୁ ଫେରିଥାଏ ?

ଦୁନିଆରେ ବ୍ୟକ୍ତି ଜନ୍ମ ନେଇଛି ମାନେ ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । ମୃତ୍ୟୁ ପରେ ଆତ୍ମାର କଣ ହୋଇଥାଏ ବା ମୃତ୍ୟୁର ୨୪ ଘଣ୍ଟା ପରେ ଆତ୍ମା କଣ ପାଇଁ ଘରକୁ ଫେରିଥାଏ ବା ଆତ୍ମା କେତେ ଦିନ ପର୍ଯ୍ଯନ୍ତ ଘରେ ରହିଥାଏ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏ ସବୁ ସମ୍ପର୍କରେ ଗରୁଡ ପୁରାଣରେ ବର୍ଣ୍ଣନା କରା ଯାଇଛି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିଷୟ ବସ୍ତୁ ।

ଗରୁଡ ପୁରାଣ ଅନୁସାରେ ଯେବେ ବ୍ଯକ୍ତିର ମୃତ୍ୟୁ ହୋଇଥାଏ ତେବେ ଯମରାଜଙ୍କ ଦୁତ ଆସି ତାଙ୍କୁ ନେଇଥାନ୍ତି । ଯେଉଁ ଠାରେ ତାର ପୂର୍ଣ୍ଣ କର୍ମର ହିସାବ କରାଯାଏ । ଆଉ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ୨୪ ଘଣ୍ଟା ପରେ ପୁଣି ଥରେ ଯମରାଜଙ୍କ ଦୁତମାନେ ଘରେ ଛାଡି ଯାଇଥାନ୍ତି । ଏହାପରେ ମୃତକଙ୍କ ଆତ୍ମା ନିଜର ପରିଜନଙ୍କ ମଧ୍ୟରେ ଘୁରି ବୁଲିଥାନ୍ତି । ସେମାନେ ନିଜର ପରିଜନଙ୍କୁ କିଛି କହିବାକୁ ଚେଷ୍ଟା କରିଥାନ୍ତି ଯାହାକୁ କେହି ଶୁଣି ପାରନ୍ତି ନାହି ।

ଏହା ପରେ ମୃତକ ନିଜ ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ କିନ୍ତୁ ସମ୍ଭବ ହୋଇପାରେ ନାହି । କାହାର ମୃତ୍ୟୁ ହେବା ପରେ ତାଙ୍କର ପରିବାର ବର୍ଗ କାନ୍ଦିବା ଦେଖି ମୃତ ଦୁଖିତ ହୋଇଥାଏ । ଏହାପରେ ମୃତକ ଅସହାୟ ହୋଇ ନିଜର ଜୀବନ କାଳରେ କରିଥିବା କର୍ମକୁ ମନେ ପକାଇ ଦୁଖିତ ହୋଇଥାଏ ।

ଯେତେବେଳେ ଯମରାଜଙ୍କ ଦୁତମାନେ ମୃତକଙ୍କ ଆତ୍ମାକୁ ତାଙ୍କ ପରିଜନଙ୍କ ପାଖରେ ଛାଡି ଦେଇଥାନ୍ତି ସେତେବେଳେ ମୃତକଙ୍କର ଏତେ ବଳ ନ ଥାଏ କି ସେ ଯମଲୋକକୁ ଯାଇ ପାରିବ । କୌଣସି ବ୍ୟକ୍ତିର ମୃତ୍ୟୁ ପରେ ୧୦ ଦିନ ଯାଏଁ ପିଣ୍ଡ ଦାନ କରାଯାଏ ସେଥିରୁ ମୃତକଙ୍କର ବିଭିନ୍ନ ଅଙ୍ଗ ତିଆରି ହୋଇଥାଏ । ଆଉ ୧୧ ଦିନରେ ଯେଉଁ ପିଣ୍ଡ ଦାନ କରାଯାଏ ସେତେବେଳେ ମୃତକଙ୍କର ମାଂସ ଓ ଦେହର ନିର୍ମାଣ ହୋଇଥାଏ । ଆଉ ସେ ଯମଲୋକକୁ ଯାତ୍ରା ସ୍ଥିର କରିପାରେ ।

ମୃତ୍ୟୁ ପରେ ମୃତକଙ୍କ ଆତ୍ମା ନାମରେ ଯେଉଁ ପିଣ୍ଡ ଦାନ କରାଯାଏ ସେଥିରୁ ମୃତକଙ୍କୁ ମୃତ୍ୟୁ ଲୋକରୁ ଯମଲୋକକୁ ଯିବା ପାଇଁ ବଳ ମିଳିଥାଏ । ମାନ୍ୟତା ଅନୁସାରେ ୧୧ ଦିନ ଯାଏଁ କରାଯାଇ ଥିବା ପିଣ୍ଡ ଦାନ ଏକ ବର୍ଷ ଯାଏଁ ମୃତକଙ୍କ ପାଇଁ ଭୋଜନ ସମାନ ହୋଇଥାଏ । ଯେଉଁ ଲୋକର ମୃତ୍ୟୁ ପରେ ତାର ପିଣ୍ଡ ଦାନ କରାଯାଏ ନାହି ତାର ଯମଲୋକକୁ ଯାତ୍ରା ବହୁତ କଷ୍ଟଦାୟକ ହୋଇଥାଏ । କେଉଁ ଲୋକ ଭଲ କର୍ମ କରିଥାନ୍ତି ତାଙ୍କୁ ୧୧ ଦିନ ପରେ ଯମଦୂତ ନିଜ ସହ ଯମଲୋକକୁ ନେଇଥାନ୍ତି ।

ଏମିତି ଆତ୍ମାକୁ ମୃତ୍ୟୁ ଲୋକରୁ ଯମଲୋକ ଯାଏଁ ଯିବାରେ କୌଣସି କଷ୍ଟ ହୁଏ ନାହି । ଯେଉଁ ବ୍ୟକ୍ତି ଜୀବନ କାଳରେ କାହାର ଅନିଷ୍ଟକାମ କରିଥାଏ ତାଙ୍କୁ ଯମଦୂତ ମାର୍ଗରେ ବହୁତ କଷ୍ଟ ଦେଇଥାନ୍ତି । ଯେଉଁମାନେ ଭଲ କାମ କରିଥାନ୍ତି ସେମାନଙ୍କୁ ସ୍ଵର୍ଗ ଓ ଖରାପ କାମ କରିଥିଲେ ନର୍କ ଦଣ୍ଡ ଭୋଗ କରିବାକୁ ପଡିଥାଏ ।

( ସଂଗୃହିତ )