ଜୟନ୍ତୀରେ ବିପ୍ଳବୀ ଧରଣୀଧରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ଜୟନ୍ତୀରେ ବିପ୍ଳବୀ ଧରଣୀଧରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଜୟନ୍ତୀ ‌। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସ୍ଵାଧୀନତା ସହ ଜନଜାତିଙ୍କ ଅଧିକାରର ସୁରକ୍ଷା ଓ କଲ୍ୟାଣ ପାଇଁ ତାଙ୍କର ସଂଗ୍ରାମ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।