ସମ୍ଭାବ୍ୟ ବାତ୍ୟା : ସତର୍କ ରହିବାକୁ ୧୮ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି | News Room Odisha

ସମ୍ଭାବ୍ୟ ବାତ୍ୟା : ସତର୍କ ରହିବାକୁ ୧୮ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ରହିବାକୁ ୧୮ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଢ଼େଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି ।ଆବଶ୍ୟକସ୍ଥଳେ ସ୍କୁଲ କୋଠାକୁ ବାତ୍ୟା ଆଶ୍ରୟସ୍ଥଳ କରାଯିବ ।

ଜଳ ଯୋଗାଣ, ଜେନେରେଟର ବ୍ୟବସ୍ଥା ପାଇଁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରବର୍ତ୍ତି ମୁକାବିଲା ପାଇଁ ଯନ୍ତ୍ରପାତି ପ୍ରସ୍ତୁତ ଅଛି ବୋଲି ଏସଆରସି କହିଛନ୍ତି ।