ରଥଯାତ୍ରା ପ୍ରସ୍ତୁତି ବୈଠକ : ୩୦ ଦିନରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ | News Room Odisha

ରଥଯାତ୍ରା ପ୍ରସ୍ତୁତି ବୈଠକ : ୩୦ ଦିନରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ପୁରୀ- ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ରଥଯାତ୍ରାକୁ କିପରି ସୁରୁଖୁରୁରେ କରାଯାଇପାରିବ ସେନେଇ ଆଲୋଚନା ହୋଇଛି । ୩୦ ଦିନ ମଧ୍ୟରେ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଥିସହ ସ୍ୱାସ୍ଥ୍ୟ ଓ ପରିମଳ, ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବୈଠକରେ ଏସପି କୱଂର ବିଶାଳ ସିଂଙ୍କ ସମେତ ପୌରସଂସ୍ଥା, ପୂର୍ତ୍ତ ବିଭାଗ, ପାନୀୟ ଜଳ ବିଭାଗ, ବିଜୁଳି ବିଭାଗ, ମନ୍ଦିର ପ୍ରଶାସନ ଓ ପରିବହନ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ ।