କଳାରାହାଙ୍ଗ ଏଲଆଇଙ୍କ ବିପୁଳ କଳାଧନ ଠାବ | News Room Odisha

କଳାରାହାଙ୍ଗ ଏଲଆଇଙ୍କ ବିପୁଳ କଳାଧନ ଠାବ

ଭୁବନେଶ୍ୱର – କଳାରାହଙ୍ଗ ଏଲଆଇ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ଅମାପ ଆୟ ବହିର୍ଭୂତ ସ‍‍ଂପତ୍ତି ମିଳିଛି । ରଘୁନାଥପୁରରେ ଥିବା ରେସିଡେନ୍ସିଆଲ ଅପାର୍ଟମେଣ୍ଟରେ ଜଗନ୍ନାଥ ଓ ତାଙ୍କ ପରିବାର ଲୋକଙ୍କ ନାମରେ ୮ଟି ଫ୍ଲାଟ ରହିଛି । ୩୨ ଲକ୍ଷ ଟଙ୍କା ର ୧୦ ଗ୍ରାମ ହୀରା, ୨୦ ଲକ୍ଷ ଟଙ୍କାର ୫୦୦ ଗ୍ରାମ ସୁନା, ୨୫ ହଜାର ଟଙ୍କାର ୨୫୦ ଗ୍ରାମ ରୂପା ଅଳଙ୍କାର ସମେତ ୧୫ଟି ଆକାଉଣ୍ଟରୁ ୫କୋଟିରୁ ଅଧିକ ଟଙ୍କା ଠାବ କରିଛି ଭିଜିଲାନ୍ସ । ୯୨ ହଜାର ଟଙ୍କାର ଦାମୀ ବ୍ରାଣ୍ଡର ଘଣ୍ଟା , ଦାମୀ ଭ୍ୟାନିଟ ବ୍ୟାଗ ,ଚାନ୍ଦିର ଠାକୁର ଘର ବି ଠାବ ହୋଇଛି ।
ଜଗନ୍ନାଥଙ୍କ ମାସିକ ଦରମା ୪୫ ହଜାର ଟଙ୍କା ।