ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ଏସଆରସି | News Room Odisha

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ଏସଆରସି

ଭୁବନେଶ୍ୱର – ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟିନେଇ ପରିବେଶ ଅନୁକୂଳ ରହିଛି । ଏହାପରେ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ପାଇଁ ବି ପାଗ ବେଶ ଅନୁକୂଳ ରହୁଥିବା ଜଣାପଡୁଛି । ତେବେ ଓଡିଶା ଉପରେ ଏହାର ପ୍ରଭାବ କଣ ପଡିବ ତାହା ସ୍ପଷ୍ଟ ହୋଇ ନଥିଲେ ବି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ସ୍ପେଶାଲ ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଯଦି ବି ବାତ୍ୟା ଆସେ, ତାହାଲେ ଏହା ଏକ ଗ୍ରୀଷ୍ମକାଳୀନ ବାତ୍ୟା ହେବ, ଯେଉଁଥିରେ ବନ୍ୟା ହେବାର ସମ୍ଭାବନା ବହୁତ କମ୍ । ତେଣୁ ଲୋକମାନେ ଅତ୍ୟାବଶକୀୟ ସାମଗ୍ରୀ କିଣି ଘରେ ଠୁଳ କରନ୍ତୁ ନାହିଁ ।

ଆସନ୍ତାକାଲି ବାତ୍ୟାକୁ ନେଇ ସବିଶେଷ ତଥ୍ୟ ଆସିପାରେ । ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଏ ସଂକ୍ରାନ୍ତରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିରେ ଆଲୋଚନା କରିଛନ୍ତି ଏସଆରସି । ଜିଲ୍ଲାପାଳଙ୍କୁ ବାତ୍ୟା ମୁକାବିଲା ପାଇଁ ତଥ୍ୟ ମାଗିଛନ୍ତି । ଆସନ୍ତାକାଲି ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ଏହାକୁ ଅନୁଧ୍ୟାନ କରାଯିବ । ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଟିମ ସହ ଏସଆରସି ସମୀକ୍ଷା ବୈଠକ କରିଛନ୍ତି । ବାତ୍ୟା ମୁକାବିଲା ପାଇଁ ୧୭ଟି ଏନଡିଆରଏଫ, ୨୦ଟି ଓଡ୍ରାଫ ଟିମ୍ ଓଡିଶା ସରକାରଙ୍କ ପାଖରେ ରହିଛି ।