ଚିଲିକାରେ ଡଙ୍ଗା ବୁଡି ୧୦ ଉଦ୍ଧାର, ଜଣେ ନିଖୋଜ | News Room Odisha

ଚିଲିକାରେ ଡଙ୍ଗା ବୁଡି ୧୦ ଉଦ୍ଧାର, ଜଣେ ନିଖୋଜ

ଚିଲିକା – ଚିଲିକା ହ୍ରଦରେ ଡଙ୍ଗାବୁଡି଼ ଜଣେ ନିଖୋଜ ହୋଇଥିବା ବେଳେ ୧୦ ଜଣ ଉଦ୍ଧାର ହୋଇଛନ୍ତି ।

କାଳବୈଶାଖୀ ଯୋଗୁଁ ଚିଲିକାରେ ଡଙ୍ଗାଟି ବୁଡି ଯାଇଥିଲା । କାଳିଜାଇରୁ ଫେରୁଥିବା ବେଳେ ଡଙ୍ଗାଟି ବୁଡି଼ ଯାଇଥିଲା ।
ଡଙ୍ଗାରେ ୧୧ ଜଣ ଯାତ୍ରୀ ଥିଲାବେଳେ ୧୦ ଉଦ୍ଧାର ହୋଇଛନ୍ତି ।

ଚିଲିକା ଡଙ୍ଗାବୁଡ଼ି ଘଟଣାର  ତଦନ୍ତ କରିବାକୁ ଚିଲିକା ତହସିଲଦାରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।