ଆଜି ଶିବାବତାର ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ। ଏକାଧାରରେ ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଥିଲେ ଜଗତର ଅନ୍ୟତମ ଧର୍ମଗୁରୁ, ଦାର୍ଶନିକ, ସମାଜ ସଂସ୍କାରକ ଓ ବେଦାନ୍ତର ମୂଖ୍ୟ ପ୍ରବକ୍ତା । ସେ ଆଦି ଶଙ୍କର ଓ ଶଙ୍କର ଭଗବତ୍ ପାଦ ନାମରେ ମଧ୍ୟ ପରିଚିତ । ଆଦି ଶଙ୍କର (୭୮୮- ୮୨୦ ଖ୍ରୀଷ୍ଟାବ୍ଦ)ରେ ଏ ପାବନ ଧରାରେ ଅବତୀର୍ଣ୍ଣ ହୋଇଥିଲେ। ଅଦ୍ୱୈତ ବେଦାନ୍ତର ଶେଷ୍ଠ ପ୍ରବକ୍ତା ରୂପରେ ସେ ବିଶ୍ୱର ଦାର୍ଶନିକ ମଣ୍ଡଳୀରେ ସ୍ୱୀକୃତ ଓ ସମାଦୃତ । ସେ ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା କରିଥିଲେ । ହିନ୍ଦୁ ଧର୍ମର ପୁନଃ ସ୍ଥାପନା ଏବଂ ସମାଜ ସଂସ୍କାରରେ ତାଙ୍କର ଦାନ ଅତୂଳନୀୟ।
ଦାକ୍ଷିଣାତ୍ୟ ଅନ୍ତର୍ଗତ କେରଳ ଦେଶର ଚିଦମ୍ବର ବା କାଖଲ ଗ୍ରାମ ଏହାଙ୍କ ଜନ୍ମସ୍ଥାନ ୭୮୮ ଖ୍ରୀଷ୍ଟାବ୍ଦରେ ସେ ଭୂମିଷ୍ଟ ହୋଇଥିଲେ ଏବଂ ୮୨ ଖ୍ରୀଷ୍ଟାବ୍ଦରେ ୩୨ ବର୍ଷ ବୟସରେ କେଦାରନାଥ ନିକଟରେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କ ପିତାଙ୍କ ନାମ ଶିବଗୁରୁ ଓ ମାତାଙ୍କ ନାମ ସୁଭଦ୍ରା ଥିଲା । ବାଲ୍ୟକାଳରେ ୩ ବର୍ଷ ବୟସରେ ପିତାଙ୍କୁ ହରାଇ ମାତାଙ୍କ ଲାଳନ ପାଳନରେ ବଢ଼ିଥିଲେ । ୬ ବର୍ଷ ବୟସରେ ପଣ୍ଡିତ ହୋଇଥିଲେ ଓ ୮ ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କଲେ । ୧୨ ବର୍ଷ ବୟସରେ ମାତାଙ୍କୁ ଛାଡ଼ି ଭାରତର ନାନା ସ୍ଥାନରେ ଭ୍ରମଣ କରିଥିଲେ ଏବଂ ଭ୍ରମଣ ଶେଷରେ ପୁନର୍ବାର ଗୃହକୁ ଫେରି ଆସି ରୁଗ୍ଣା ମାତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । କିଛିଦିନ ପରେ ମାତାଙ୍କର ପରଲୋକ ପ୍ରାପ୍ତି ଘଟିବାରୁ ସେ ଗୃହତ୍ୟାଗ କରି ପୁଣି ଧର୍ମପ୍ରଚାର ରେ ଭାରତ ଭ୍ରମଣରେ ବହିର୍ଗତ ହୋଇଥିଲେ । ତାଙ୍କ ବୟସ ଯେତେବେଳେ ୧୬ ବର୍ଷ ହେଲା; ସେତେବେଳେ ସେ ପରମହଂସତ୍ୱ ଲାଭ କରିଥିଲେ । ସେ ସମୟରେ ଭାରତରେ ବ୍ରହ୍ମଣ୍ୟ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ପ୍ରବଳ ହୋଇ ଉଠିଥିଲା କିନ୍ତୁ ଶଙ୍କର ବୌଦ୍ଧ ପଣ୍ଡିତମାନଙ୍କୁ ଯୁକ୍ତିଦ୍ୱାରା ପରାସ୍ତ କରି ଅଦ୍ୱୈତ ବ୍ରହ୍ମଣ୍ୟ ଧର୍ମର ପୁନଃ ସଂସ୍ଥାପନ କଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସ୍ଥାନମାନଙ୍କୁ ହିନ୍ଦୁଧର୍ମର ତଥା ହିନ୍ଦୁ ଶାସ୍ତ୍ରାଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ ।
ସଂସ୍କୃତ ଭାଷାରେ ତାଙ୍କ ରଚନା ସମୂହଦ୍ୱାରା ସେ ଆତ୍ମା ଓ ନିର୍ଗୁଣ ବ୍ରହ୍ମଙ୍କ ଏକତ୍ତ୍ୱ ପ୍ରତିପାଦନ କରିଥିଲେ । ତାଙ୍କ ମତ ସପକ୍ଷରେ ସେ ବେଦାନ୍ତର ପ୍ରସ୍ଥାନ ତ୍ରୟୀ ପ୍ରଧାନ ଉପନିଷଦ ସମୂହ, ବ୍ରହ୍ମସୂତ୍ର ଓ ଭଗବଦ୍ ଗୀତା ଉପରେ ବିସ୍ତୃତ ଭାଷ୍ୟ ରଚନା କରିଥିଲେ । ତାଙ୍କ ରଚନାରେ ଉପନିଷଦମାନଙ୍କର ବାଖ୍ୟା କରାଯାଇଛି । ସେ ହିନ୍ଦୁ ଧର୍ମର ଅନ୍ୟତମ ଦର୍ଶନ ମତ ମୀମାଂଶା ବା ପୂର୍ବ ମୀମାଂଶା, ଯାହା ବୈଦିକ କର୍ମକାଣ୍ଡର ପ୍ରୋତ୍ସାହନ କରିଥାଏ, ତାହାର ସମାଲୋଚନା କରିଥିଲେ । ସେ ମଧ୍ୟ ବୈଦିକ ହିନ୍ଦୁ ଧର୍ମ ଓ ବୌଦ୍ଧ ମତ ମଧ୍ୟରେ ଥିବା ପ୍ରଧାନ ବିଭେଦ ଦର୍ଶାଇ ଥିଲେ ।
ଶଙ୍କର ଭାରତ ସାରା ଭ୍ରମଣ କରି ବିଭିନ୍ନ ଦାର୍ଶନିକ ମାନଙ୍କଦ୍ୱାରା ତର୍କ ଓ ବକ୍ତୃତାଦ୍ୱାରା ଅଦ୍ୱୈତ ବେଦାନ୍ତର ପ୍ରଚାର କରିଥିଲେ । ସେ ମୀମାଂସା ମତ ଖଣ୍ଡନ କରି ସନ୍ନ୍ୟାସର ଗୁରୁତ୍ତ୍ୱ ପ୍ରତିପାଦନ କରିଥିଲେ । ସେ ଭାରତର ଚାରି କୋଣରେ ଚାରୋଟି ମଠ ସ୍ଥାପନ କରିଥିଲେ । ଏହି ମଠ ସବୁ ଅଦ୍ୱୈତ ମତବାଦ ପ୍ରଚାର ଓ ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ଦଶନାମୀ ସନ୍ନ୍ୟାସୀ ସମ୍ପ୍ରଦାୟର ପୁନର୍ସ୍ଥାପନା କରିଥିଲେ ।
ଭାରତର ଚାରି ଦିଗରେ ଏହାଙ୍କ ପ୍ରତିଷ୍ଠିତ ଚାରି ଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟ ପ୍ରଶିଷ୍ୟାନୁକ୍ରମେ ମଠଧାରୀମାନଙ୍କଦ୍ୱାରା ପରିଚିତ ହୋଇ ଆସୁଅଛି । ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ ଦଶନାମୀ ସନ୍ୟାସୀ ମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ ଉତ୍ସୃଷ୍ଟି । ଉତ୍ତରରେ ବଦରକା ଯୋଚୀ(ଶୀ) ମଠ ବା ଜ୍ୟୋତିଃ ମଠରେ ପୀଠାଧିକାରୀଙ୍କ ନାମ କ୍ରୋଟକାଚାର୍ଯ୍ୟ ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠଟି ଉତ୍ସୃଷ୍ଟ ନାମ ପଦ୍ମୁପାଦାଚାର୍ଯ୍ୟ ବନ ଓ ଅରଣ୍ୟ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ ଉତ୍ସୃଷ୍ଟ ଦକ୍ଷିଣରେ ମାନ୍ଦ୍ରାଜ ପ୍ରଦେଶସ୍ଥିତ ଶୃଙ୍ଗେରୀ (ଋଶ୍ୟଶୃଙ୍ଗାଶ୍ରମ) ମଠରେ ପୀଠାଧିକାରୀଙ୍କ ନାମ ମଣ୍ଡନମିଶ୍ର ବା ସୁରେଶ୍ୱରାଚାର୍ଯ୍ୟ, ପୁରୀ ଭାରତୀ ଓ ସରସ୍ୱତୀ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସାର୍ଥେ ଏହା ଉତ୍ସୃଷ୍ଟି ।
ଶଙ୍କରାଚାର୍ଯ୍ୟଙ୍କ ବିଚରିତ ବେଦାନ୍ତଭାଷ୍ୟ, ଭଗବତ୍ ଗୀତା ଭାଷ୍ୟ ଓ ମୋହମୁଦ୍ଗର ଆଦି ଗ୍ରନ୍ଥ ଭାରତରେ ସର୍ବତ୍ର ଆଦୃତ ଜ୍ୟୋତିଷ ଶାସ୍ତ୍ରରେ ଏହାଙ୍କର ଅସାଧାରଣ ବ୍ୟୁତ୍ପତ୍ତି ଥିଲା; କିନ୍ତୁ ଘଟନାକ୍ରମେ ତହିଁରୁ ତାଙ୍କର ଆଶକ୍ତି ହ୍ରାସ ପାଇ ଥିଲା ତାଙ୍କ ଧର୍ମମତ ବେଦାନ୍ତର ଏକେଶ୍ୱରବାଦ ଉପରେ ପ୍ରତିଷ୍ଠିତ; କିନ୍ତୁ ସର୍ବସାଧାରଣଙ୍କ ପାଇଁ ସେ ଶୈବଧର୍ମ ପ୍ରଚାର କରିଥିଲେ ଏହାଙ୍କ ସମ୍ବନ୍ଧରେ କେତେଗୁଡ଼ିଏ କିମ୍ବଦନ୍ତୀ ପ୍ରଚଳିତ ଅଛି ଏ ସଂସାରୀ ନ ଥିଲେ; ଅଥଚ ସଂସାରର ଭୋଗ ସମ୍ବନ୍ଧରେ ଅଭିଜ୍ଞତା ଲାଭ କରିବା ପାଇଁ ପରକାୟ ପ୍ରବେଶ ବିଦ୍ୟାବଳରେ ଜଣେ ରାଜାଙ୍କ ଶରୀରରେ କିଛିକାଳ ପାଇଁ ପ୍ରବେଶ କରିଥିଲେ, ଥରେ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ସେ ଗୋଟିଏ ଧୋବା ଘରେ ପହଞ୍ଚି ସେଠାରେ ଧୋବାର ପାକରେ ପ୍ରସ୍ତୁତ ମଣ୍ଡା ପିଠା ଖାଇଲେ ଓ ତାଙ୍କ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ଦେଖା ଦେଖି (ଜିହା ଲାଳସାରେ ବଶବର୍ତ୍ତୀ ହୋଇ) ମଣ୍ଡାପିଠା ଖାଇ ଦେଲେ ପରେ କିଛି ଦୂର ଯାଇ ଶଙ୍କର କହିଲେ ଯେ, ଧୋବା ଘରେ ପିଠା ଖାଇଥିବାରୁ ଶରୀର ଅପବିତ୍ର ହେଲା ତଦନ୍ତରେ ସେ ଶରୀରକୁ ଶୁଦ୍ଧ କରିବା ବ୍ୟାଜରେ ଗୋଟିଏ ଥାଟାରିଶାଳରେ ଆଉଟା ହୋଉଥିବା ଗଳିତ ରଙ୍ଗଗୁଡ଼ିଏ ପିଇ ଦେଲେ ଶିଷ୍ୟମାନେ ଏହା ଦେଖି କାଳେ ପାଟି ପୋଡ଼ିଯିବ ଏହି ଭୟରେ ଗୁରୁଙ୍କ ଅନୁକରଣ କଲେ ନାହିଁ । ଏହା ଦର୍ଶନ କରି ଶଙ୍କର ସେହି ଶିଷ୍ୟମାନଙ୍କୁ ତ୍ୟାଗ କଲେ ଏବଂ ସେହିଦିନଠାରୁ ଉକ୍ତ ଶିଷ୍ୟ ଓ ସେମାନଙ୍କ ଶିଷ୍ୟାନୁଶିଷ୍ୟମାନେ ‘ଦଶନାମୀ’ (ଗିରି, ପୁରୀ, ଭାରତୀ ଆଦି) ନାମରେ ପରିଚିତ ଶଙ୍କରାଚାର୍ଯ୍ୟ ପରିବ୍ରାଜକ ସନ୍ୟାସୀ ଥିଲେ ଓ ତାଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ୍ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ ‘ଶଙ୍କରଃ ଶଙ୍କରଃ ସାକ୍ଷାତ୍’ ଭାରତର ସର୍ବତ୍ର ଓ ତିବ୍ୱତ ଦେଶରେ ସେ ଧର୍ମପ୍ରଚାରାର୍ଥେ ଭ୍ରମଣ କରିଥିଲେ ତାଙ୍କର ଏହି ଧର୍ମପ୍ରତାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ଶୈବ ଧର୍ମ କ୍ରମେ ପ୍ରବଳ ହୋଇ ଉଠିଥିଲା ସେ ୩୨: ବର୍ଷ ବୟସରେ କେଦାରନାଥ ତୀର୍ଥରେ ପରଲୋକ ଗମନ କଲେ ।
ସନ୍ୱ୍ୟାସୀ ଶଙ୍କର ଗୋବିନ୍ଦ ଯୋଗୀ ରୂପେ ଅବତୀର୍ଣ୍ଣ ପତଞ୍ଜଳି ଦେବଙ୍କର ଶିଷ୍ୟତ୍ୱ ଗ୍ରହଣକରି ତତ୍ ପ୍ରସାଦରୁ ପରଂବ୍ରହ୍ମ ସାକ୍ଷାତ୍ପ୍ରଦ ବହୁ ଉପଦେଶ ସହ ସମାଧିବିଧି ଶିକ୍ଷାକଲେ ତଦନ୍ତର ମହାଯୋଗୀ ଶଙ୍କର ସ୍ୱକୀୟ ଗୁରୁପାଦଙ୍କ ଆଜ୍ଞାନୁସାରେ ବାରଣସୀରେ କିୟତ୍କାଳ ଅବସ୍ଥାନକରି ନିତ୍ୟନୈମିତ୍ତକ କର୍ମକାଣ୍ଡାନୁଷ୍ଠାନ ଏବଂ ଶାସ୍ତ୍ରାଲୋଚନ ସହକାରେ ବ୍ରହ୍ମସୂତ୍ରର ଭାଷ୍ୟ ପ୍ରଣୟନକରି ଆଚାର୍ଯ୍ୟତ୍ୱ କରିବାରେ ଲାଗିଲେ ଆଚାର୍ଯ୍ୟତ୍ୱର ପାରମ୍ଭରେହିଁ ସନନ୍ଦନାଦି କତିପୟ ବ୍ୟକ୍ତି ଶଙ୍କରଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ ଘଟନାକ୍ରମେ ଏହିଠାରେ ସ୍ୱାମୀପାଦଙ୍କର ସାକ୍ଷାତ୍ ଶଙ୍କର (ଶିବ) ଦର୍ଶନ ହୋଇଥିଲା । ଅନନ୍ତର ଛଦ୍ମବେଶଗତ ବ୍ୟାସଦେବଙ୍କ ସଙ୍ଗେ ଶଙ୍କରଙ୍କର ସାକ୍ଷାତକାର ଏବଂ ଦୀର୍ଘକାଳବ୍ୟାପୀ ଶାସ୍ତ୍ର ଚର୍ଚ୍ଚା ହେବାପରେ ବ୍ୟାସ ସ୍ୱୟଂ ଶଙ୍କରଙ୍କୁ ଆୟୁବୃଦ୍ଧ୍ୟାଶୀର୍ବାଦ ପ୍ରଦାନପୂର୍ବକ ଉପନିଷଦ୍ ଗୀତା ପ୍ରଭୃତି ଗ୍ରନ୍ଥର ଭାଷ୍ୟ ପ୍ରଣୟନାର୍ଥ ଉତ୍ସାହ ଦାନ କରି ଦିଗ୍ୱିଜୟ ନିମନ୍ତେ ଆଦେଶ ପ୍ରଦାନ କଲେ ।
ମହାଯୋଗୀ ଶଙ୍କର ବ୍ୟାସାଦେଶରେ ଦିଗ୍ୱିଜୟ ବ୍ୟାପାରରେ ସଂଲିପ୍ତ ହେଲେ ନାନା ସ୍ଥାନରେ ନାନା କୂଟ ବିଦ୍ଧି, ତୀକ୍ଷ୍ନ ବୁଦ୍ଧି, ପ୍ରତିଭାଶାଳୀ ବୈଦ୍ଧ ମତାଚାରୀମାନଙ୍କ ସଙ୍ଗେ ଶଙ୍କରଙ୍କର ମହାଯୁଦ୍ଧ ହୋଇଥିଲା କିନ୍ତୁ ସର୍ବତ୍ର ଶଙ୍କରଙ୍କର ଜୟବୈଜୟନ୍ତୀ ଉଡ୍ଡୀନ ହେଲା, ସର୍ବତ୍ର ଜୟ ତକ୍କା ନିନାଦିତ ହେଲା ବେଦାନ୍ତ ବିରୋଧୀ ବୌଦ୍ଧମତାଚାରୀ ଏବଂ ନାସ୍ତିକ ପନ୍ଥୀମାନେ ସ୍ୱାମୀପାଦାଙ୍କର ଅମୋଘ ଅଲୌକିକ ଜ୍ୱଳନ୍ତ ଶାସ୍ତ୍ର ପ୍ରଭାବରେ ବିଧ୍ୱସ୍ତାହଂକାର ହୋଇ ସ୍ୱପ୍ନ ଭ୍ରମ ପ୍ରମାଦ ଦୂର କରିବାର ସୁବର୍ଣ୍ଣ ସୁଯୋଗ ଲାଭ କଲେ ଆଚାର୍ଯ୍ୟ ଦେବଙ୍କର ପ୍ରତିପକ୍ଷବୃନ୍ଦ ମଧ୍ୟରେ ମଣ୍ଡନ ମିଶ୍ରଙ୍କ ସମ୍ବାଦ କୌତୁହଳୋଦ୍ଦୀପକ ଏବଂ ମଣ୍ଡନମତଖଣ୍ଡନ ଶଙ୍କରଙ୍କର ଚରମ ବୀରତ୍ୱବ୍ୟଞ୍ଜନ ଶଙ୍କର ତତ୍କାଳୀନ ପ୍ରୟାଗତୀର୍ଥବାସୀ ତପସ୍ୱୀ ଭଟ୍ଟପାଦ କୁମାରିଲଙ୍କର ଅସାଧାରଣ ପ୍ରତିଭା, ପ୍ରବଳ ଧର୍ମାନୁରୋଗ ଓ ଅସମ୍ଭାବିତ କାର୍ଯ୍ୟକଳାପରେ ଆକୃଷ୍ଟ ହୋଇ ତାହାଙ୍କଦ୍ୱାରା ସ୍ୱରଚିତ ଭାଷ୍ୟର ବାର୍ତ୍ତିକପୁତ୍ର ପ୍ରଣୟନୋଦ୍ଦେଶ୍ୟରେ ଭଟ୍ଟଙ୍କ ନିକଟରେ ଉପଗତ ହୋଇ ସ୍ୱାଭିପ୍ରାୟ ଜ୍ଞାପନ କଲେ କିନ୍ତୁ ତେତେବେଳେ ଭଟ୍ଟପାଦ ମହୋଦୟ ତନୁତ୍ୟାଗ ନିମନ୍ତେ ଅନଳୋପବିଷ୍ଟ ହୋଇଥିବାରୁ ଶଙ୍କରଙ୍କର ଅଭୀପ୍ସିତ ଜାଣି ପାରିଲେହେଁ ପ୍ରତିଜ୍ଞାଭଙ୍ଗ ଭୟରେ ଅନଳ ସମାଧିରୁ ନିଃସୃତ ନ ହୋଇ ମାହିଷ୍ମତୀପୁରୀନିବାସୀ ସ୍ୱକୀୟ ପଟ୍ଟୁଶିଷ୍ୟ ମଣ୍ଡନ ମିଶ୍ରଙ୍କ ସହ ମଣ୍ଡନ ପତ୍ନୀ ପରମ ବିଦୁଷୀ ଶାପଭ୍ରଷ୍ଟା ସରସ୍ୱତୀ ଉଭୟଭାରତୀଙ୍କ ମାଧ୍ୟସ୍ଥ୍ୟରେ ଯୁକ୍ତ ତର୍କର ଭବିତବ୍ୟତା ନିରୁପଣ କରି ମଣ୍ଡନଙ୍କର ଜୟ ପରାଜୟରେ ସ୍ୱୟଂ ଫଳଭାଗୀ ହେବେ ବୋଲି ସ୍ୱକୃତ ହୋଇ ଶଙ୍କରଙ୍କୁ ବିଦାୟ ଦେଇ ସ୍ୱୟଂ ଜ୍ୱଳଦନଳରେ ପ୍ରବେଶ କରି ତନୁତ୍ୟାଗ କଲେ ।
ଶଙ୍କର ମଣ୍ଡନଙ୍କର ପରାକ୍ରମରେ ତତ୍କାଳୀନ ଅଦ୍ୱିତୀୟ ମୀମାଂସକ କୁମାରିଙ୍କର ପରାଜୟ ଧ୍ରୁବ ଜାଣି ସ୍ୱକୀୟ ଦିଗ୍ୱିଜୟର ପ୍ରଥମ ଏବଂ ପ୍ରଧାନ ଯୁଦ୍ଧସ୍ଥଳ ମାହିଷ୍ମତୀ ପୁରୀରେ ପଦାର୍ପଣ କରି ମଣ୍ଡନଙ୍କର ମନ୍ଦିରରେ ଉପସ୍ଥିତ ହେଲେ । କିନ୍ତୁ ପରମ ପଣ୍ଡିତ ମଣ୍ଡନ ମିଶ୍ର ତେତେବେଳେ ଗୃହର ପ୍ରବେଶଦ୍ୱାର ରୁଦ୍ଧ କରି ପିତ୍ମଶ୍ରାଦ୍ଧରେ ବ୍ୟସ୍ତ ଥିବାରୁ ଶଙ୍କର ମାର୍ଗାନ୍ତର ନ ପାଇ ଯୋଗବଳରେ ଆକାଶ ମାର୍ଗରେ ମଣ୍ଡନମନ୍ଦିରରେ ପ୍ରବେଶ କରି ମଣ୍ଡନଙ୍କ ନିକଟରେ ସ୍ୱାଭିପ୍ରାୟ ଜ୍ଞାପନ କଲେ ଶ୍ରାଦ୍ଧାନ୍ତେ ମଣ୍ଡନ ପତ୍ନୀଙ୍କ ମଧ୍ୟସ୍ଥତାରେ ଅଷ୍ଟାଦଶ ଦିବସବ୍ୟାପୀ ଶାସ୍ତ୍ର ବିଚାରରେ ମଣ୍ଡନ ପରାଭୂତ ହେବାରୁ ସର୍ତ୍ତାନୁସାରେ ମଣ୍ଡନଙ୍କୁ ସନ୍ୱ୍ୟାସ ଗ୍ରହଣ କରିବାକୁ ହେବ ଜାଣି ତତ୍ପନ୍ନୀ ଉଭୟଭାରତୀ ଶଙ୍କରଙ୍କୁ କହିଲେ, “ଯତିରାଜ ! ପତ୍ନୀ ପତିର ଅର୍ଦ୍ଧାଙ୍ଗ, ସୁତରାଂ ମୋତେ ପରାସ୍ତ ନ କରିବା ପର୍ଯ୍ୟନ୍ତ ଆପଣଙ୍କର ଜୟ ଅପୂର୍ଣ୍ଣାଙ୍ଗ, ବୋଲି ଜାଣିବେ” ଏଥିରେ ଶଙ୍କର ଏକମତ ହେବାରୁ ଉଭୟଭାରତୀ ତାହାଙ୍କୁ କାମଶାସ୍ତ୍ର ବିଷୟକ କେତେକ ସମସ୍ୟାରେ ସମାଧାନପାଇଁ ଆମନ୍ତ୍ରଣ କଲେ କିନ୍ତୁ ଆକୁମାର ସନ୍ୱ୍ୟାସୀ ଶଙ୍କର ତତ୍କ୍ଷାତ୍ ତହିଁର ସମାଧାନରେ ପ୍ରବୃତ୍ତ ନ ହୋଇ ମାସାନ୍ତେ ସମସ୍ୟାର ଉତ୍ତର ଦେବାକୁ ପ୍ରତିଶ୍ରୂତ ହୋଇ ପ୍ରତ୍ୟାବୃତ୍ତ ହେଲେ ଶଙ୍କର ପରାଜୟ ପ୍ରବେଶ ବିଷୟରେ ସିଦ୍ଧିଲାଭ କରିଥିଲେ କେବଳ କୌଣସି ସଦ୍ୟୋମୃତ ଭୋଗୀ ବ୍ୟକ୍ତିର ଶବ ଲାଭ କରିପାରିଲେ ତଦ୍ଗତ ହୋଇ କାମଶାସ୍ତ୍ରାବବୋଧ କରି ମଣ୍ଡନପତ୍ନୀକୃତ ସମସ୍ୟା ସମାଧାନ କରି ପାରିବେ ବୋଲି ଭାବି ସଶିଷ୍ୟ ହୋଇ ଶଙ୍କର ଭୋଗିଶବାନୁ ସନ୍ଧାନ କରିବାରେ ଲାଗିଲେ ଦୈବାତ୍ କୌଣସି ରାଜଶବ ତାଙ୍କର ଦୃଷ୍ଟିଗୋଚର ହେବାରୁ ଶଙ୍କର ତଦ୍ଗତ ହୋଇ କାମଶାସ୍ତ୍ରର ଅବବୋଧ କଲେ ତଦନ୍ତର ଆଚାର୍ଯ୍ୟଦେବ ଯଥାସମୟରେ ମଣ୍ଡନ ମନ୍ଦିରରେ ସଶିଷ୍ୟ ଉପସ୍ଥିତ ହେଲେ କିନ୍ତୁ ମଣ୍ଡନପତ୍ନୀ ଏତତ ପୂର୍ବରୁ ଶଙ୍କରଙ୍କ ଅଦ୍ଭୂତ କୌଶଳ ଅବଗତ ହୋଇଥିବାରୁ ବିଚାର ନ୍ୟତିରେକେ ପରାଜୟ ସ୍ୱୀକାର କରି ଶାପନ୍ତ ସମୟ ହେବାରୁ ସ୍ୱଧାମ ପ୍ରସ୍ଥାନପାଇଁ ଇଚ୍ଛାପ୍ରକାଶ କଲେ ଆଚାର୍ଯ୍ୟଦେବ ଯୋଗବଳରେ ମଣ୍ଡନ ପତ୍ନୀଙ୍କୁ ସାକ୍ଷାତ ସରସ୍ୱତୀ ଦେବୀ ବୋଲି ଜାଣିପାରି ବହୁ ସ୍ତୁତି କଲେ ଦେବୀ ଭକ୍ତର ସ୍ତୁତିରେ ପ୍ରଶନ୍ନା ହୋଇ ତତ୍ପ୍ରତିଷ୍ଠିତ ଶୃଙ୍ଗେରିମଠରେ ଅଧିଷ୍ଠାନ କରିବାକୁ ପ୍ରତିଶ୍ରୁତି ଦେଲେ ମଣ୍ଡନ ଏହି ବିସ୍ମୟକର ଅପାର୍ଥିବ ଘଟନା ଦର୍ଶନରେ ସ୍ତମ୍ଭିତ ହୋଇ ସନ୍ୱ୍ୟାସବେଶରେ ଆଚାର୍ଯ୍ୟଙ୍କର ଅନୁଗମନ କଲେ ।
ସର୍ବଜ୍ଞ ଶଙ୍କର ଅଙ୍ଗ, ବଙ୍ଗ, କଳିଙ୍ଗ, ଗୌଡ, ମିଥିଲା, ନେପାଳ, କାଶ୍ନୀର, ସୌରାଷ୍ଟ୍ର, ବାହ୍ଲିକ, ନୈମିଷ, କୁରୁ, ପାଞ୍ଚଳ ପ୍ରଭୃତି ପ୍ରଦେଶମାନ ଭ୍ରମଣରେ ନିଜର ପାଣ୍ଡିତ୍ୟ ଏବଂ ଶକ୍ତି ସାହାଯ୍ୟରେ ନାନା ଅମାନୁଷିକ ଘଟନା ପ୍ରଦର୍ଶନ ତଥା ଭିନ୍ନ ମତାବଲମ୍ବୀ ଦିଗ୍ୱିଜୟୀ ପଣ୍ଡିତମାନଙ୍କୁ ନିର୍ଯୁକ୍ତି ଏବଂ ନିରସ୍ତ କରି ଭାରତରେ ସର୍ବତ୍ର ଅଦ୍ୱୈତବାଦର ପୁନଃ ପତିଷ୍ଠା କରି ଶାନ୍ତି ସଂସ୍ଥାପନ କଲେ ।
ମହାତ୍ମାମାନଙ୍କର ମୂହୂର୍ତ୍ତ ସୁଦ୍ଧା ମୂଲ୍ୟବାନ କର୍ତ୍ତବ ସାଙ୍ଗ ହେଲେ ସେମାନଙ୍କର ଅନ୍ତର୍ଧାନ ପାକୃତିକ ପୁଣି ଇତର ସାଧାରଣଙ୍କ ପକ୍ଷରେ ଯାହା ଅସମ୍ଭବ ବା ଅସାଧ୍ୟ, ସେମାନଙ୍କ ପକ୍ଷରେ ତାହା ଅବିଞ୍ଚତ୍କର ଓ ଅଳ୍ପସମୟ ସାଧ୍ୟ ଶଙ୍କର ୩୨ ବର୍ଷ ବୟଃକ୍ରମ ମଧ୍ୟରେ ମତବିଭାଟର ସମ୍ପୂର୍ଣ୍ଣ ଶାନ୍ତି ଆନୟନ କରିପାରିଥିଲେ ତେଣୁ ସେହି ନିରୁପିତ କାଳରେ ପରିସମାପ୍ତ ହୋଇ ଆସିବାରୁ ସହସ ସହସ ଶିଷ୍ୟ, ମଧ୍ୟରେ ପ୍ରିୟତମ ସନନ୍ଦନଙ୍କୁ ପଦ୍ମପାଦାଚାର୍ଯ୍ୟ ନାମରେ ଶ୍ରୀଜଗନ୍ନାଥ କ୍ଷେତ୍ର ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠରେ, ସରସ୍ୱତୀପତି ମଣ୍ଡନମିଶ୍ରଙ୍କୁ ସୁରେଶ୍ୱଚାର୍ଯ୍ୟ ନାମରେ ଋଷ୍ୟଶୃଙ୍ଗାଶ୍ରମପ୍ରତିଷ୍ଠିତ ଶୃଙ୍ଗେରୀ ପୀଠରେ, ଶ୍ରୀବେଲୀ ନିବାସୀ ପ୍ରଭାକର ମୂକପୁତ୍ରଙ୍କୁ ବାଦଦୁକତା ପଦାନ କରି ହସ୍ତାମଳକାଚାର୍ଯ୍ୟ ନାମରେ ଦ୍ୱାରକାପ୍ରତିଷ୍ଠିତ ଶାରଦା ପୀଠରେ ଏବଂ ଅନ୍ୟତମ ମହାମୂର୍ଖ ଶିଷ୍ୟ ଗିରିଙ୍କୁ ଦିବ୍ୟଜ୍ଞାନ ଦାନ କରି ତ୍ରୋଟକାର୍ଯ୍ୟ ନାମରେ ବଦ୍ରିକାକ୍ଷେତ୍ର ପ୍ରତିଷ୍ଠିତ ଜ୍ୟୋତିଃ ପୀଠରେ ଅଧ୍ୟକ୍ଷତା ପଦାନ କରି ସ୍ୱୟଂ କୈଳାସ ଯାତ୍ରାକରି ସେଠାରେ ସ୍ୱଦେହରେ ଶଙ୍କର ମୂର୍ତ୍ତିରେ ଲୀନ ହେଲେ ।