ଭୁବନେଶ୍ୱରରୁ ୫୦୬ କିଲୋଗ୍ରାମ ଗଞ୍ଜେଇ ଜବତ | News Room Odisha

ଭୁବନେଶ୍ୱରରୁ ୫୦୬ କିଲୋଗ୍ରାମ ଗଞ୍ଜେଇ ଜବତ

ଭୁବନେଶ୍ୱର – ରାଜଧାନୀରୁ ୫୦୬ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏନସିବି ଭୁବନେଶ୍ବର ସବ୍‌ ଡିଭିଜନ । ୩ ଅଭିଯୁକ୍ତ ରାଜ୍ୟ ବାହାରର ବୋଲି ସୂଚନା ମିଳିଛି । ୨ ଜଣ ପଞ୍ଜାବର ହୋଇଥିବା ବେଳେ ଜଣେ ହରିୟାନାର । ଚନ୍ଦକା ପିତାପଲ୍ଲୀ ଅଞ୍ଚଳରୁ ଗଞ୍ଜେଇ ଜବତ ହୋଇଛି । ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ ଏନସିବି ।