ଏସ୍.ଟି.ଏଫ୍ ଚଢ଼ାଉ, ୬ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ | News Room Odisha

ଏସ୍.ଟି.ଏଫ୍ ଚଢ଼ାଉ, ୬ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ

ବଲାଙ୍ଗୀର: ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ତସ୍କର । ଲାଙ୍ଗୀରର ମାଳପଡାରୁ ପ୍ରାୟ ୯ କିଲୋଗ୍ରାମ ଓଜନର ୬ଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ । ଏଥିସହ ଜଣେ ବେପାରୀକୁ ଗିରଫ କରିଛି ଭୁବନେଶ୍ୱର ସ୍ୱତନ୍ତ୍ର ଟାସ୍କଫୋର୍ସ । ଗିରଫ ବ୍ୟକ୍ତିଜଣକ ହେଲେ ମାଲପଡା ଗ୍ରାମର ନୁରେନ ସେଠ । STFର ଏକ ଟିମ୍ ବଲାଙ୍ଗୀର ବନ ଅଧିକାରୀଙ୍କ ସହାୟତାରେ ବଲାଙ୍ଗୀର ଟାଉନ୍ ଥାନା ଜିଲ୍ଲା ଅନ୍ତର୍ଗତ ମାଳପଡା ଗାଁ ନିକଟରେ ବଲାଙ୍ଗୀର ବନବିଭାଗ ଅଧୀନରେ ଥିବା ବଲାଙ୍ଗୀର ବନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

୨୦୨୦ ପରଠାରୁ STF ୨୭ଟି ଚିତାବାଘ ଚମଡା, ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦ କିଲୋ ୪୦୦ ଗ୍ରାମ ବଜ୍ରକାପ୍ତା କାତି, ୨୭ଟି ଚିତାବାଘ ଛାଲ ଜବତ କରିଛି । ଏହାସହ ୨ଟି ଚିତା ବାଘ ଦାନ୍ତ, ୨୯ଟି ଚିତାବାଘ ନଖ, ୪୬ଟି ଜୀବନ୍ତ ବଣୁଆ ଶୁଆ ସହିତ ୬୭ ଜଣ ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିଛି STF । ହାତୀ ଦାନ୍ତ ମାଫିଆ ନୁରେନ ସେଠକୁ ଗିରଫ କରା ଯାଇଥିବାବେଳେ ଏହି ହାତୀ ଦାନ୍ତ କେଉଁଠୁ ଆସିଲା ଏବଂ ଏହା କାହାକୁ ବିକ୍ରି କରାଯିବାକୁ ଥିଲା ସେସବୁର ତଦନ୍ତ କରୁଛି ବନବିଭାଗ ।