କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ବଡ଼ବଡ଼ ଗଛ , ବିଦ୍ୟୁତ ସରବରାହ ବିଚ୍ଛିନ୍ନ  | News Room Odisha

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ବଡ଼ବଡ଼ ଗଛ , ବିଦ୍ୟୁତ ସରବରାହ ବିଚ୍ଛିନ୍ନ 

ବରଗଡ଼: ବରଗଡ଼ରେ କାଳବୈଶାଖୀ ତାଣ୍ଡବ । ଆଜି ଅପରାହ୍ନ ୫ଟା ସମୟରେ ହଠାତ କାଳବୈଶାଖୀ ଜନିତ ଝଡ ତୋଫାନ ସହ ଘଡଘଡି ବର୍ଷା ଯୋଗୁଁ ବରଗଡ଼ ସହର ତଥା ଗ୍ରାମାଞ୍ଚଳରେ ବହୁ ବଡବଡ଼ ଗଛ ଭାଙ୍ଗି ପଡ଼ିଛି । ଯାହା ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ବନ୍ଦ ହୋଇଥିବା ବେଳେ ଯାତାୟାତ ଠପ ହୋଇପଡିଛି । ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଉପରେ ଗଛ ପଡିବା ଯୋଗୁ ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ବରଗଡ଼ ସହର ଅନ୍ଧାର ହୋଇପଡିଛି ।