ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ବୃଦ୍ଧି କଲେ ରାଜ୍ୟ ସରକାର | News Room Odisha

ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟ ସରକାର ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ଭୁବନେଶ୍ୱରରେ ଇଣ୍ଡିଆନ ସ୍କିଲ ପ୍ରତିଯୋଗିତା-୨୦୨୧ର ବିଜେତାମାନଙ୍କୁ ପୁରସ୍କୃତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୧କୋଟି , ରୌପ୍ୟ ବିଜେତାଙ୍କୁ ୫୦ ଲକ୍ଷ ଓ ବ୍ରୋଞ୍ଜ ବିଜେତାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ । ଓଡ଼ିଶାର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ୫୯ଟି ମେଡାଲ ବିଜୟୀ ହୋଇଛନ୍ତି । ଏହି ପ୍ରତିଯୋଗିତା ୨୦୨୨ ଜାନୁୟାରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ପ୍ରସ୍ତୁତିରେ ସନ୍ତୋଷ ଓଝା, ପେଣ୍ଟିଂରେ ସୋନା ବେହେରା, ରୋବୋଟିକ୍ ସିଷ୍ଟମରେ ସ୍ୱାତୀ କୁମାରୀ ଓ ନୌସିନ ନିଗର ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାଙ୍କର ପିତାମାତା, କୋଚ୍ ଓ ଅନୁଷ୍ଠାନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।