ବାତ୍ୟାର ରୂପ ନେବ ଗଭୀର ଅବପାତ | News Room Odisha

ବାତ୍ୟାର ରୂପ ନେବ ଗଭୀର ଅବପାତ

ଭୁବନେଶ୍ୱର – ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଆଜି ପୂର୍ବାହ୍ନରେ ବାତ୍ୟାର ରୂପ ନେଇପାରେ । ଏହା ଆହୁରି ଘନୀଭୂତ ହୋଇ ଆଜି ସଂଧ୍ୟା ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ଆଶଙ୍କା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ତୀବ୍ର ଅବପାତ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଏବେ ପୁରୀଠାରୁ ୧୧୦୦ କିଲୋମିଟରରେ ଦୂରରେ ରହିଛି ଏବଂ ବିଶାଖପଟନମ ଠାରୁ ୧ ହଜାର ୬୦ କିଲୋମିଟର ଦୂରତାରେ ଅଛି । ବାତ୍ୟା ଉପକୂଳ ପହଞ୍ଚିବା ଆଗରୁ ସମୁଦ୍ର ଭିତରେ ଦିଗ ପରିବର୍ତ୍ତନ କରିବା ଆଶଙ୍କା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ରିକର୍ଭ କରିବା ପରେ ଓଡ଼ିଶା ଉପକୂଳର ସମାନ୍ତରାଳ ଭାବେ ଗତି କରିବ ।ସେତେବେଳକୁ ଉପକୂଳରୁ ଦେଢ଼ ଶହରୁ ୨ ଶହ କିଲୋମିଟର ଦୂରରେ ଥିବ ବାତ୍ୟାର କେନ୍ଦ୍ର ସ୍ଥଳ । ସ୍ଥଳ ଭାଗ ନଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା । ତେଣୁ ଓଡ଼ିଶାକୁ ଯେଉଁ ବାତ୍ୟା ଭୟ ଥିଲା, ବର୍ତମାନର ପୂର୍ବନୁମାନ ଅନୁସାରେ ସେହି ଭୟ ଟଳିଯାଇଛି । ୧୦ ତାରିଖରୁ ଓଡ଼ିଶା ଉପକୂଳବର୍ତୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।