ମାଲକାନଗିରିରେ ଅସାନି ମୁକାବିଲା ପାଇଁ ପ୍ରଶାସନ ସଜାଗ , ୧୦ ଅଗ୍ନିଶମ ବିଭାଗ ଓ ୨ଟି ଓଡ୍ରାଫ୍‌ ଟିମ୍‌ ମୁତୟନ | News Room Odisha

ମାଲକାନଗିରିରେ ଅସାନି ମୁକାବିଲା ପାଇଁ ପ୍ରଶାସନ ସଜାଗ , ୧୦ ଅଗ୍ନିଶମ ବିଭାଗ ଓ ୨ଟି ଓଡ୍ରାଫ୍‌ ଟିମ୍‌ ମୁତୟନ

ମାଲକାନଗିରି – ବାତ୍ୟା ଅସାନୀ ଦୁର୍ବଳ ହୋଇଥିଲେ ବି ମାଲକାନଗିରିରେ ଏହାର ପ୍ରଭାବ ପଡ଼ିଛି । ଆଜି ସକାଳୁ ବର୍ଷା ଲାଗି ରହିଛି। ଜିଲ୍ଲା ଓ ବିଭିନ୍ନ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବାତ୍ୟାର ପ୍ରାକ୍‌ ପ୍ରସ୍ତୁତି ସରିଯାଇଛି। ବାତ୍ୟାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଟିମ୍‌ ଓ ୨ଟି ଓଡ୍ରାଫ୍‌ ଟିମ୍‌କୁ ମାଲକାନଗିର ଓ କାଲିମେଳାରେ ଅବସ୍ଥାପିତ କରାଯାଇଛି।

ସମସ୍ତ ଜିଲ୍ଲା ଅଧିକ‌ାରୀମାନଙ୍କୁ ବିଭିନ୍ନ ବ୍ଲକ୍‌ର ଦାୟିତ୍ବ ଦିଆଯାଇଛି। ବିଡିଓ ଏବଂ ତହସିଲଦାରଙ୍କୁ ସ୍ଥିତି ଉପ‌ରେ ନଜର ରଖିବାକୁ କୁହାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ତୁରନ୍ତ ଓଡ୍ରାଫ୍‌ ଟିମ୍‌କୁ ଏଠାରେ ପହଞ୍ଚିବାକୁ ଆର୍ଲଟ କରାଯାଇଛି। ଗର୍ବବତୀ ଏବଂ ଅସହାୟ ଲୋକଙ୍କ ସମେତ ତଳିଆ ଅଞ୍ଚଳର ଲୋକମାନଙ୍କୁ ଅସ୍ଥାୟୀ ଗୃହକୁ ସ୍ଥାନାନ୍ତରିତ କରାଯାଉଛି। ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ୍‌ ଅଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି।