ରାଜଧାନୀରେ ଏନକାଉଣ୍ଟର : କୁଖ୍ୟାତ ଡକାୟତ ଆହତ | News Room Odisha

ରାଜଧାନୀରେ ଏନକାଉଣ୍ଟର : କୁଖ୍ୟାତ ଡକାୟତ ଆହତ

ଭୁବନେଶ୍ବର – ପୋଲିସ ଉପରକୁ ଅପରାଧୀ ଗ୍ୟାଙ୍ଗର ଗୁଳିମାଡ । ଖଣ୍ଡଗିରି ପୋଲିସ ଥାନା ଅନ୍ତର୍ଗତ ବରମୁଣ୍ଡା ହାଇସ୍କୁଲ ପଡିଆରେ ରାତି ସାଢ଼େ ୪ଟାରେ ଏଭଳି ଅଘଟଣ ଘଟିଛି।

ପଡିଆରେ କୁଖ୍ୟାତ ଦୁର୍ବୃତ୍ତ ଚକରା ବାରିକ ନେତୃତ୍ବରେ ତା’ର ୬-୭ଜଣ ସହଯୋଗୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କୌଣସି ଏକ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ପୋଲିସକୁ ସୂଚନା ମିଳିଥିଲା। ଖଣ୍ଡଗିରି ପୁଲିସର ଏକ ସ୍ବତନ୍ତ୍ର ସ୍କ୍ବାଡ ସେଠାରେ ପହଞ୍ଚିଥିଲା। ପୋଲିସକୁ ଦେଖି ପ୍ରଥମେ ଦୁର୍ବୃତ୍ତମାନେ ବୋମାମାଡ କରିଥିଲେ। ପୋଲିସ ଏହାକୁ ଖାତିର ନକରି ଦୁର୍ବୃତ୍ତଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା। ତେବେ ଦୁର୍ବୃତ୍ତ ଓ ‌ପୋଲିସ ଭିତରେ ଗୁଳିବିନିମୟ ବେଳେ ଅନ୍ଧାରର ସୁଯୋଗ ଦେଖି ୬/୭ଜଣ ଅପରାଧୀ ଫେରାର ହୋଇଯାଇଥିଲେ। କୁଖ୍ୟାତ ଅପରାଧୀ ଚକରା ବି ଖସିଯିବାକୁ ବସିଥିବାବେଳେ ପୁଲିସ ଗୁଳିମାଡରେ ଆହତ ହୋଇଥିଲା । ବୋମା ନିଆଁକୁ ପୋଲିସ ଟିମ ନିୟନ୍ତ୍ରଣ କରିବା ସହିତ ଚକରାକୁ ମେଡିକାଲରେ ଭର୍ତ୍ତି କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

ଡକାୟତଙ୍କବୋମାମାଡ଼ରେ ୨ ପୋଲିସ କର୍ମୀ ବି ଆହତ ହୋଇଛନ୍ତି । ୨ଟି ବନ୍ଧୁକ, ୪ ରାଉଣ୍ଡ ଅଫୁଟା ଗୁଳି, ୬ଟି ଅଫୁଟା ବୋମା ଜବତ ହୋଇଛି । ଗ୍ୟାଙ୍ଗର ଆହୁରି ୧୦ ରୁ ୧୨ ଜଣ ଅପରାଧୀ ଫେରାର ଥିବା ସୂଚନା ମିଳିଛି ।