ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ, ତାଲା ଭାଙ୍ଗି ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି | News Room Odisha

ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ, ତାଲା ଭାଙ୍ଗି ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

ବଲାଙ୍ଗୀର: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିର ତାଲା କାଟି ଚୋରି ହୋଇଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି । ବାଞ୍ଜିପାଲି ଗ୍ରାମ ର ଜଗନ୍ନାଥ ମନ୍ଦିରରୁ ଗତକାଲି ରାତିରେ ଦୁର୍ବୁତ୍ତ ମାନେ ମୁଖ୍ୟ ଦ୍ୱାରର ତାଲା କାଟି ଭଗବାନଙ୍କ ବ୍ୟବହାର ଜିନିଷ ଓ ମୂର୍ତ୍ତି ମାନେ ଚୋରି କରିନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଖପ୍ରାଖୋଲ ପୋଲିସ ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ ଜାରି ରଖିଛି ।