ବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ | News Room Odisha

ବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ

ବରଗଡ଼: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର ବରଗଡ଼ ଗସ୍ତରେ ଆସିଛନ୍ତି । ସେ ଏଠାକୁ ଆସିବା ବାଟରେ ହୀରକୁଦ ଜଳଭଣ୍ଡାର ଜିରୋ ପଏଣ୍ଟକୁ ଯାଇ ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ ପ୍ରକଳ୍ପର ତଦାରଖ କରିଥିଲେ। ସେହିପରି ସିର୍କିଡିକୁ ଯାଇ ବରଗଡ଼ ଅତାବିରା, ବିଜେପୁର, ଗାଇସିଲେଟ ବ୍ଲକକୁ ପାନୀୟଜଳ ଯୋଗାଣ ପାଇଁ ନିର୍ମାଣାଧିନ ବୃହତ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିଥିଲେ। ମଧ୍ୟାହ୍ନରେ ଜିଲା ଅମ୍ବାଭୋନା ବ୍ଳକ କୁରୁମକେଲ ପହଞ୍ଚି ସେଠାକାର ବିସ୍ଥାପନ କଲୋନୀକୁ ଯାଇ ବିସ୍ଥାପିତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ଶାସନ ସଚିବଙ୍କ ଏହି ପରିଦର୍ଶନ ସମୟରେ ଜିଲାପାଳ ମୋନିଷା ବାନାର୍ଜୀ ଏବଂ ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।