ଚାଲିଗଲା ପୋଷା ହାତୀ 'ନନ୍ଦ' | News Room Odisha

ଚାଲିଗଲା ପୋଷା ହାତୀ ‘ନନ୍ଦ’

ଭୁବନେଶ୍ୱର – ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ଥିବା ପୋଷା ହାତୀ ନନ୍ଦର ମୃତ୍ୟୁ ଘଟିଛି।କିଛି ଦିନ ଧରି ସେ ଅସୁସ୍ଥ ଥିଲା। ଗତକାଲି ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା। ଓୟୁଏଟି ଡାକ୍ତରମାନେ ତାର ଚିକିତ୍ସା କରିଥିଲେ। ଆଜି ଭୋରରୁ ନନ୍ଦର ମୃତ୍ୟୁ ହୋଇଛି ।

ପୂର୍ବରୁ ନନ୍ଦନକାନନରେ ଥିଲା ନନ୍ଦ ହାତୀ ‌‌। ନନ୍ଦ ଏକ ତାଲିମ ପ୍ରାପ୍ତ କୁମକି ହାତୀ ଥିଲା। ଜଙ୍ଗଲ ସୁରକ୍ଷା ଓ ଅନ୍ୟ ହାତୀକୁ ଘଉଡ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲା ନନ୍ଦ ।

୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହଙ୍କୁ କଚାଡ଼ି ମାରିବା ପରେ ଚର୍ଚ୍ଚାକୁ ଆସିଥିଲା ନନ୍ଦ। ସେହି ଦିନଠୁ ତା’ ଗୋଡ଼ରେ ଶିକୁଳି ପକା ଯାଇ ରଖାଯାଇଥିଲା। ଏହାପରେ ନନ୍ଦର ମାନସିକ ଅବସ୍ଥାକୁ ଯାଞ୍ଚ କରାଯିବା ପରେ ୨୦୧୦ ମସିହାରେ ବେଡ଼ି ମୁକ୍ତ କରାଯାଇଥିଲା।