ସମବାୟ ନିର୍ବାଚନ ପ୍ରସ୍ତୁତି : ବରିଷ୍ଠ ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା, ୭ ଜଣିଆ କମିଟି ଗଠିତ | News Room Odisha

ସମବାୟ ନିର୍ବାଚନ ପ୍ରସ୍ତୁତି : ବରିଷ୍ଠ ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା, ୭ ଜଣିଆ କମିଟି ଗଠିତ

ଭୁବନେଶ୍ୱର – ଆଗାମୀ ସମବାୟ ନିର୍ବାଚନ ନେଇ ବିଜେଡି ପ୍ରସ୍ତୁତି ଆରମ୍ଭ କରିଦେଇଛି । ବରିଷ୍ଠ ନେତାମାନଙ୍କ ସହ ଭର୍ଚୁଆଲ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମବାୟ ନିର୍ବାଚନ ପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି । ପ୍ରତାପ ଦେବ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂ ଦେଓ,ସ୍ନେହାଙ୍ଗିନ ଛୁରୀଆ, ବିକ୍ରମ ପଣ୍ଡା, ରବୀନ୍ଦ୍ର ଜେନା ସଦସ୍ୟ ରହିଛନ୍ତି । ଜିଲ୍ଲା ଓ ଜୋନସ୍ତରରେ କମିଟି ଗଠନ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଚାଷୀ ଓ ପ୍ୟାକ୍ସର କର୍ମକର୍ତ୍ତାଙ୍କୁ ଏହି କମିଟିରେ ଯୋଡ଼ାଯିବ । ସବୁ ସମବାୟ ଅକ୍ତିଆର କରିବା ପାଇଁ ବୈଠକରେ ବିଚାର ଆଲୋଚନା ହୋଇଛି । ଆସନ୍ତା ଜୁନ ୧୯ ଓ ୨୦ ତାରିଖରେ ରେ ଦୁଇଟି ପର୍ଯ୍ୟାୟରେ ହେବ ସମବାୟ ନିର୍ବାଚନ ।