ବିସିସିଆଇ ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ଓଡ଼ିଶାର ଦୁଇ କ୍ରିକେଟର | News Room Odisha

ବିସିସିଆଇ ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ଓଡ଼ିଶାର ଦୁଇ କ୍ରିକେଟର

ଭୁବନେଶ୍ବର- ବିସିସିଆଇ ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ ପାଇଁ ଖେଳାଳି ତାଲିକା ଘୋଷଣା ହୋଇଛି। ତାଲିକାରେ ୨ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ। ସୂଚନାଯୋଗ୍ୟ, ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ କପ୍ ଆସନ୍ତା ୨୩ରୁ ପୁନେରେ ଖେଳାଯିବ।
ନିକଟରେ ଖେଳାଯାଇଥିବା ଜାତୀୟ ମହିଳା ଟ୍ବେଣ୍ଟି-୨୦ ଲିଗ୍‌ରେ ଓଡ଼ିଶା ଟିମ୍‌ ଭଲ ପ୍ରଦର୍ଶନ କରିଥିଲା। ଓଡ଼ିଶା ଟିମ୍‌ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଥିଲା। କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶା ୧୩ ରନ୍‌ରେ ହରିୟାଣାକୁ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଥିଲା। ଏହି ମ୍ୟାଚ୍‌ରେ ସୁଜାତା ମଲ୍ଲିକଙ୍କ ପ୍ରଦର୍ଶନ ଭଲ ଥିଲା। ସେ ୩ ଓଭର ବୋଲିଂ କରି ୨୦ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ। ସେହିପରି ପ୍ରିୟଙ୍କା ପ୍ରୟଦର୍ଶିନୀ ସାହୁ ମଧ୍ୟ ଭଲ ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ୨୭ ରନ୍‌ ଖର୍ଚ୍ଚ କରିଥିଲେ ଓ ଗୋଟିଏ ୱିକେଟ୍‌ ନେଇଥିଲେ। ପ୍ରତିଯୋଗିତାରେ ଉଭୟ ସୁଜାତା ଓ ପ୍ରିୟଙ୍କା ଅଧିକ ୱିକେଟ୍ ନେଇଥିଲେ।