ଜାତୀୟ ମହିଳା ହକି ଫାଇନାଲରେ ଓଡ଼ିଶା , ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା | News Room Odisha

ଜାତୀୟ ମହିଳା ହକି ଫାଇନାଲରେ ଓଡ଼ିଶା , ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର – ଭୋପାଳରେ ଚାଲିଥିବା ହକି ଇଣ୍ଡିଆ ଜାତୀୟ ସିନିୟର ମହିଳା ହକି ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଦଳ । ଆଜି ଫାଇନାଲରେ ଓଡ଼ିଶା କର୍ଣ୍ଣାଟକକୁ ଭେଟିବ । ସେମିଫାଇନାଲରେ ଓଡ଼ିଶା ଝାଡ଼ଖଣ୍ଡକୁ ହରାଇଥିଲା । ଫାଇନାଲରେ ପ୍ରବେଶ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଫାଇନାଲ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।