ଭୁବନେଶ୍ୱର – କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ଲହରୀ। ଏବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାରଦ ଉପରମୁହାଁ ହୋଇଥିବା ବେଳେ ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇବ। ଗତକାଲି ରାଜ୍ୟର ୭ ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଆସନ୍ତା ୩ ଦିନରେ ରାଜ୍ୟର ତାତି ୪୪ ଡିଗ୍ରୀ ପାର କରିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ ଏହି ପୂର୍ବାନୁମାନ କରିଛି । ଏଥିସହ ୨୨ ତାରିଖ ପାଇଁ ରାଜ୍ୟର ୮ ଜିଲ୍ଲାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ତାପମାତ୍ରା ୨୨ ତାରିଖ ଦିନ ୪୨ ଡିଗ୍ରିରୁ ୪୪ ଡିଗ୍ରୀ ମଧ୍ୟରେ ରହିବ। ଫଳରେ ଖରାରେ ବାହାରକୁ ନ ବାହାରିବା ଓ ବାହାରିଲେ ଆବଶ୍ୟକ ସଚେତନତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।