ଡକାୟତି ଉଦ୍ୟମ ପଣ୍ଡ, ୪ ଗିରଫ | News Room Odisha

ଡକାୟତି ଉଦ୍ୟମ ପଣ୍ଡ, ୪ ଗିରଫ

ରାଉରକେଲା – ରାଉରକେଲା ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଦେଇଛି । ସୂଚନା ଅନୁସାରେ ବୁଧବାର ରାତିରେ ସହରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପ୍ଲାଣ୍ଟସାଇଟ ପୋଲିସ ଡ଼କାୟତଙ୍କୁ ଗିରଫ କରିଥିଲା । ଗିରଫ ଡକାୟତଙ୍କ ନିକଟରୁ ୪ ଟି ପିସ୍ତଲ , ୩୨ ରାଉଣ୍ଡ ଜୀବନ୍ତ ଗୁଳି , ୨ ଟି ବମ , ୨ ଟି ଖଣ୍ଡା ଏବଂ ଗୋଟିଏ କାର ଜବତ କରାଯାଇଛି।

ରାଉରକେଲା ବିଶ୍ରା- ବନ୍ଧମୁଣ୍ଡା ରାସ୍ତାର ଫଟାପାଇପ ନିକଟରେ ଏକ କାରରେ ଡକାୟତମାନେ ଅପରାଧ କରିବାକୁ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ। ଧରା ପଡିଥିବା ଡ଼କାୟତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବହୁ ମାମଲା ରହିଛି ।