ଜିଲ୍ଲା ସ୍ତରୀୟ ପ୍ରାକୃତିକ ଵିପର୍ଯ୍ୟୟ କମିଟି ବୈଠକ: "ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରୁହ" | News Room Odisha

ଜିଲ୍ଲା ସ୍ତରୀୟ ପ୍ରାକୃତିକ ଵିପର୍ଯ୍ୟୟ କମିଟି ବୈଠକ: “ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରୁହ”

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ କୁଚିଣ୍ଡା ବିଧାୟକ କିଶୋର ନାୟକ ରେଙ୍ଗାଲି ବିଧାୟକ ନାଉରି ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ସମେତ ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜ ବିଭିନ୍ନ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ | ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ କୁ ଦୁଷ୍ଟିରେ ରଖି ଆବଶ୍ୟକ ସଂଖ୍ୟକ ପଲିଥିନ ମହଜୁଦ ରଖିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି |

ବର୍ଷା ଦିନ ପୂର୍ବରୁ ଜଳ ନିଷ୍କାସନ ନାଳ ଓ କେନାଲ ଗୁଡିକୁ ପରିସ୍କାର ରଖା ଯିବ | ବାତ୍ୟା ପୂର୍ବରୁ ପରବର୍ତ୍ତୀ 2/3 ମାସ ଯାଇଁ ଖାଦ୍ୟ ପଦାର୍ଥ ଓ ରିଲିଫ ସାମଗ୍ରୀ ମହଜୁଦ ରଖାଯିବ | ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ପ୍ୟାକେଟ, ହାଲୋଜେନ ବଟିକା, ସାପ କାମୁଡା ମେଡ଼ିସିନ,ବ୍ଲିଚିଂ ପାଉଡ଼ର ମହଜୁଦ ରଖାଯିବ | ବିପର୍ଯ୍ୟୟ ପରିଚାଳନା ପାଇଁ ବନ୍ୟା ସମୟରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ ପାଇଁ ପାନୀୟ ଜଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ଆପାତକାଳୀନ ସମୟରେ ପ୍ରଭାବିତ ଅଞ୍ଚଳରେ ଯେପରି ଗୋଖାଦ୍ୟ ଶୀଘ୍ର ପହଂଚିବ, ଏ ସମ୍ପର୍କରେ ଜିଲ୍ଲାପାଳ ପ୍ରାଣୀ ସଂପଦ ଅଧିକାରୀଙ୍କୁ ଆବଶ୍ୟକ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି |

ଜିଲ୍ଲା ଜରୁରୀ କାଳୀନ ବିଭାଗ, ସମ୍ବଲପୁର ମହାନଗର ନିଗମ,କୁଚିଣ୍ଡା ଓ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ, ବ୍ଲକ ଏବଂ ଲାଇନ ବିଭାଗଙ୍କୁ ନିୟନ୍ତ୍ରଣ କକ୍ଷ ଆସନ୍ତା ଜୁନ 1 ତାରିଖରୁ 24 ଘଣ୍ଟିଆ କାର୍ଯ୍ୟକ୍ଷମ ହେବ | ଜଳ ସେଚନ ବିଭାଗର ସମ୍ପୃକ୍ତ ଯନ୍ତ୍ରୀ ମାନେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆଗୁଆ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି | ସମ୍ବଲପୁର ମହାନଗର ନିଗମ, କୁଚିଣ୍ଡା ଏବଂ ରେଢ଼ାଖୋଲ ଏନଏସି , ବିଡ଼ିଓ ମାନେ ରେ ରିଲିଫ କେନ୍ଦ୍ର ଗୁଡିକୁ ଚିହ୍ନଟ କରି ତାକୁ ଆବଶ୍ୟକ ମରାମତି କରି ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ରଖି ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ବିଡ଼ିଓ, କମିଶନର ଏବଂ ଇଓ ମାନେ ତଳିଆ ଅଞ୍ଚଳ ଗୁଡିକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ଯେଭଳି ବନ୍ୟା ସମୟରେ କୌଣସି ପ୍ରକାର ସମସ୍ୟା ନଉପୁଜେ | ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଗୁଡିକ ରେ ଭାଙ୍ଗି ଯାଇଥିବା ରାସ୍ତା ଏବଂ ଅବରୋଧ ପଡିଥିବା ରାସ୍ତା ଗୁଡିକର ପୁନରୁଦ୍ଧାର କରିବାକୁ ସମ୍ପୃକ୍ତ ବିଭାଗ କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହା ଯାଇଛି | ଡ଼ଙ୍ଗା ଗୁଡିକର ଆବଶ୍ୟକ ମରାମତି କରି ଆଗୁଆ ପ୍ରସ୍ତୁତ ରଖିବାକୁ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ଏହା ଛଡା ପାୱାର ବୋଟ ସହ ସମସ୍ତ ପ୍ରକାର ବାତ୍ୟା ସମୟରେ ବ୍ୟବହାର ହେଉଥିବା ଉଦ୍ଧାର ଉପକରଣ ପ୍ରସ୍ତୁତ ରଖିବା ପାଇଁ ଅଗ୍ନିଶମ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି |

ସହରାଞ୍ଚଳ ଗୁଡ଼ିକ ରେ ଡ୍ରେନ ଗୁଡିକରେ ଉତ୍ତମ ଡ୍ରେନ ପାଣି ପ୍ରଭାବିତ ନିମନ୍ତେ ଡ୍ରେନ ସଫେଇ କରିବାକୁ ବିଭାଗକୁ କୁହାଯାଇଛି | ବାତ୍ୟା ପ୍ରଭାବିତ ଅଞ୍ଚଳର ପିଆରଆଇ ମେମ୍ବରସ, ସ୍ଥାନୀୟ ଜନତା, ଏନଜିଓ, ଯୁବକ ସଙ୍ଘ, ଏସଏଚଜି ଇତ୍ୟାଦି ଗ୍ରୁପ ଗୁଡିକୁ ନେଇ ରେପିଡ଼ ରେସପନ୍ସ ଗ୍ରୁପ ସୃଷ୍ଟି କରି ସେମାନଙ୍କୁ ତାଲିମ ଦେବା ବ୍ୟବସ୍ଥା କରିବାକୁ ଅଧକାରୀଙ୍କୁ କୁହାଯାଇଛି | ଓଡ୍ରାଫ ଟିମ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେଇଥିଲା | ସମସ୍ତ ଜିଲ୍ଲା, ଉପଖଣ୍ଡ, ବ୍ଲକ, ତହସିଲ ପୌରାଞ୍ଚଳ ଅଧିକାରୀ ମାନେ ପରସ୍ପର ମଧ୍ୟରେ ଉତ୍ତମ ସମନ୍ଵୟ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କୁ ମୁକାବିଲା କରିବାକୁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ | ଜୁମ ଭିସି ରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପିଡିଡିଆରଡିଏ ଦିଲ୍ଲୀପ କୁମାର ବଳ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ଲାଇନ ବିଭାଗର ଅଧିକାରୀ ମାନେ ଅନଲାଇନ ମାଧ୍ୟମରେ ଜଡିତ ହେଇଥିଲେ |