ବ୍ରଜରାଜନଗର ଉପନିର୍ବାଚନ : ଏଥର ମତାଧିକାର ସାବ୍ୟସ୍ତ କରିବେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର | News Room Odisha

ବ୍ରଜରାଜନଗର ଉପନିର୍ବାଚନ : ଏଥର ମତାଧିକାର ସାବ୍ୟସ୍ତ କରିବେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର

ଭୁବନେଶ୍ୱର – ବ୍ରଜରାଜନଗର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି। ମଇଦାନରେ ମୋଟ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଏଥର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥିମଧ୍ୟରୁ ୩ ହଜାର ୫୨୦ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୧୬୨୮ ଭୋଟରଙ୍କ ବୟସ ୮୦ ବର୍ଷରୁ ଅଧିକ ରହିଛି । ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି। ପ୍ରତି ବୁଥରେ ଅତି ବେଶୀରେ ୧୨୫୦ ଭୋଟର ରହିବେ । ଏଥର ମୋଟ ୨୭୯ ବୁଥ କରାଯାଇଛି। ୩୨୫ ଲୋକଙ୍କ ଘରୁ ଭୋଟ ସଂଗ୍ରହ କରାଯିବ। ସେମାନେ ଭୋଟ ଦେବାକୁ ଆସିବାକୁ ଅସମର୍ଥ ଥିବାରୁ ଘରୁ ଭୋଟ ସଂଗ୍ରହ ହେବ। ଆଜିଠୁ ଭୋଟ ସଂଗ୍ରହ ଆରମ୍ଭ ହୋଇଛି। ୨୨୪ ଜଣ ସର୍ଭିସ ଭୋଟରଙ୍କ ପାଇଁ ପୋଷ୍ଟଲ ବ୍ୟାଲଟ ପଠା ସରିଛି।ନିର୍ବାଚନ ପରିଚାଳନା ପାଇଁ ୧୩୯୬ ପୋଲିଂ ଅଧିକାରୀ ରହିବେ।