ମେ' ୩୧ ତାରିଖର ଯୁକ୍ତ ଦୁଇ ପରୀକ୍ଷା ଜୁନ ୪ ତାରିଖରେ ହେବ | News Room Odisha

ମେ’ ୩୧ ତାରିଖର ଯୁକ୍ତ ଦୁଇ ପରୀକ୍ଷା ଜୁନ ୪ ତାରିଖରେ ହେବ

ଭୁବନେଶ୍ୱର : ଏପ୍ରିଲ ୨୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ମେ’ ୩୧ ତାରିଖରେ ଶେଷ ହେବାର ଥିଲା। ତେବେ ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ଘୁଞ୍ଚାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ସେହିଦିନ ହେବାକୁ ଥିବା ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖରେ ହେବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି। ମେ’ ୩୧ରେ କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ ପରୀକ୍ଷା ହେବାକୁ ଥିଲା। ସେହିପରି ବିଜ୍ଞାନ ବିଭାଗର ଗଣିତ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି ପରୀକ୍ଷା ହେବାର ଥିଲା। ତେବେ ନୂଆ ନିର୍ଦ୍ଦେଶ ଅନୁଯାୟୀ, ଏହି ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖରେ ହେବ।