କାର୍‌ ଧକ୍କାରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ | News Room Odisha

କାର୍‌ ଧକ୍କାରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ

ବରଗଡ଼:ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲିଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଛି।

ପ୍ରକାଶ ଯେ, ଆଜି ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ ସନ୍ତୋଷିନୀ ଏକ ମୋଟରସାଇକେଲ (ସିଜି ୧୧ଏଡି ୨୪୩୩)ରେ ପଥର୍ଲା ଗ୍ରାମକୁ ଏକ ବାହାଘରକୁ ଯାଉଥିଲେ। ଏହି ସମୟରେ ସରଣ୍ଡାପାଲି ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା କାର୍‌ (ସିଜି ୦୪ ଏନ୍‌ଟି ୧୧୦୧) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗଣେଶଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ସନ୍ତୋଷିନୀଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। କାର୍‌ଟି ବନ୍ଧପାଲିର ଗ୍ରାମ ର ବୋଲି ପୋଲିସ ଜାଣିବାକୁ ପାଇଛି। ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାର୍‌ ଚାଳକ ରାହୁଲ ଗୋୟଲଙ୍କୁ ପୋଲିସ ଅଟକ ରଖିଛି। ତଦନ୍ତ ଜାରି ରହିଛି।