ସ୍କୁଲସ୍ତରରୁ ଅଲିମ୍ପିକ୍ସ ବିଜେତା ସୃଷ୍ଟି ଲକ୍ଷ୍ୟ : ଆଜି ମୁଖ୍ୟମନ୍ତ୍ରୀ କରିବେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ | News Room Odisha

ସ୍କୁଲସ୍ତରରୁ ଅଲିମ୍ପିକ୍ସ ବିଜେତା ସୃଷ୍ଟି ଲକ୍ଷ୍ୟ : ଆଜି ମୁଖ୍ୟମନ୍ତ୍ରୀ କରିବେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର- ରାଜ୍ୟରୁ ବାହାରିବେ ଅଲିମ୍ପିକ ପଦକ ବିଜେତା । କ୍ରୀଡା କ୍ଷେତ୍ରରେ ଓଡିଶା ହେବ ଦେଶରେ ଅଗ୍ରଣୀ ରାଜ୍ୟ। ଏଥିପାଇଁ ରାଜ୍ୟ ସରକାର ନେଉଛନ୍ତି ଆଉ ଏକ ବଡ ପଦକ୍ଷେପ । ଏବେ ତୃଣମୂଳ ସ୍ତରରୁ ପ୍ରସ୍ତୁତ କରାଯିବ କ୍ରୀଡା ପ୍ରତିଭା । ସ୍କୁଲ ସ୍ତରରୁ ପିଲାଙ୍କୁ ଦିଆଯିବ ପ୍ରଶିକ୍ଷଣ । ସାରା ଦେଶରେ ଏଭଳି ପଦକ୍ଷେପ ନେବାରେ ଓଡିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି ।

ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଯୋଜନାର ଶୁଭାରମ୍ଭ କରିବେ । ଏବେ ଓଡିଶାରୁ ଚୀନ ଓ ଜାପାନ ପରି ଅଲିମ୍ପିକ୍ସ ବିଜେତା ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସ୍କୁଲସ୍ତରରୁ ଅଲିମ୍ପିକ ପାଇଁ କ୍ରୀଡା ପ୍ରତିଭା ତିଆରି କରିବାର ପ୍ରଥମେ ପାଇଲଟ ପ୍ରକଳ୍ପ ଆରମ୍ଭ ହେବ । ଓଡ଼ିଶା ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ନାଁରେ ଆରମ୍ଭ ହେବାକୁ ଥିବା ଏହି ପାଇଲଟ ପ୍ରକଳ୍ପ ପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାର ୯୦ ଟି ସ୍କୁଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି।